ଜହ୍ନରାତି - ବୃନ୍ଦାବନ ପ୍ରଧାନ




ମିଞ୍ଜି ମିଞ୍ଜି ତାରା ଆଲୁଅରେ 
ଜହ୍ନ ଟିଏ ତ ତୁମେ। 
କେତେବେଳେ ଆଲୋକର ଫର୍ଚ୍ଚା 
ଖୋଲା ଝର୍କା ଦେଇ 
ଧସ୍ କିନା ପଶିଆସେ 
ମୋ ହୃଦ ସ୍ପନ୍ଦନ କୁ
ଉଉଦ୍ବେଲିତ କରିପକାଏ ତ 
ଆଉ କେତେବେଳେ 
ତମସାଛ୍ଛନ୍ନରେ ଅନ୍ଧକାରର 
ଶାଢି ପିନ୍ଧି ଦପ୍ ଦପ୍ ଚାଳୁଥାଏ। 
ହେଲେ ବି ଜହ୍ନ ରାତି ଗୋ ତୁମେ 
ତ ପନ୍ଦର ଦିନର ସାଥି 
ଅମା ଅନ୍ଧକାରରେ ଭରି ଦେଇ ମତେ 
ଛାଡି ଚାଲିଯାଅ ଅନେକ ସ୍ମୃତି 
ଆସିବ ଫେରି ଆସିବ ଫେରି 
ବୋଲି ଜାଣିଥିଲେ ବି 
ଆସିବା କୁ ଲାଗେ ଯେଶନ ଡେରୀ। 


ବୃନ୍ଦାବନ ପ୍ରଧାନ

Post a Comment

0 Comments