ଦୁହିତା ଦୁଇ କୁଳର ହିତା - କରୁଣା ସାହୁ




ଗୋଟିଏ କୁଳରେ ପିତାର ହିତା ଥିବାବେଳେ
ଅନ୍ୟ କୁଳରେ ସ୍ଵାମୀର ହିତା
ସମାଜର କଲ୍ୟାଣ ଅର୍ଜିତା
ଦୁହିତା ଦୁଇ କୁଳର ହିତା।

ପିତାର ଘରେ ବୀରଝିଅ ପରି
ଶାଶୂଘରେ ସତୀଦେବୀ ସୀତା
ସେ ଗୁଣମୟୀ ଦୁହିତା
ଦୁହିତା ଦୁଇ କୁଳର ହିତା।

ନାରୀ ନଅଟେ ଅବହେଳିତା
ଯୁଦ୍ଧକରେ ଟେକିମଥା
ରାଣୀ ଲକ୍ଷ୍ମୀବାଇର ବୀରଗାଥା
ଦୁହିତା ଦୁଇ କୁଳର ହିତା। 

ତା ପ୍ରକୃତି ଶହନଶୀଳତା
ସେ ମମତାମୟୀ ମାତା
ବାନ୍ଧି ତା ଅତୁଟ ସେନେହର ସୂତା
ଦୁହିତା ଦୁଇ କୁଳର ହିତା।

ସେ ଅଟଇ ଧନ, ଜ୍ଞାନରେ ପୂର୍ଣ୍ଣିତା
ଯେପରି ଲକ୍ଷ୍ମୀ, ସରସ୍ଵତୀ ମାତା
ଗାଇଲା ଭାଗବତ, ଗୀତା
ଦୁହିତା ଦୁଇ କୁଳର ହିତା।

କରୁଣା ସାହୁ
 କୁଲେରଗୁମ୍ପା,କଳାହାଣ୍ଡି

Post a Comment

0 Comments