ୟସ ବାତ୍ୟା ଅନୁଚିନ୍ତା - ଦୀନବନ୍ଧୁ ବେଜ


          
        ଲଞ୍ଚ ଦିଆଯାଉ ବାନ୍ଧି
       ଡଙ୍ଗା ଦିଅ ନାହିଁ ମେଲି
ଆସୁଅଛି ୟସ ହୋଇ ଧସଧସ
     . ପଛରେ କାନ୍ଧିବ ଖାଲି  ।୧

       ଯାଅ ନାହିଁ ସମୁଦ୍ରକୁ
       ଖୁଣ୍ଟ ନାହିଁ ସାମୁକାକୁ
ସଅସଅ ହୋଇ ଆସୁଅଛି ବାତ୍ୟା
        ଧୂଳିସାତ କରିବାକୁ।୨

        ମରାମତି କର ଚାଳ
       ପଲିଥିନ ଆଣି ଟାଣ
ଆଷାର କିରଣ ରୋଷଣୀ କରିକି
       ଭରଷା ପକାଏ ରାଣ ।୩

       ରଖ ଶୁଖିଲା ଖାଦ୍ୟକୁ
       ଦିଆସିଲି ମହମବତୀ
ସହ ଅଳ୍ପଅତ୍ୟାବଶ୍ୟକ ସାମଗ୍ରୀକୁ
      ରଖ ମନେକରି କତି ।୪

      ପାଣି ଆସିଗଲେ ମାଡି
      ଉଚ୍ଚସ୍ଥାନକୁ ଯିବ ଚଢି
ହେଳା କରିଲେ ଭେଳା ବୁଡିଯିବ
    ନହେଲେ ହାରିବ ବଢ଼ି  ।୫

           ଦୀନବନ୍ଧୁ ବେଜ
          ଶିଖାପାଲ୍ଲୀ, ମାଲକାନଗିରି
         ସେଲ ନ-୭୬୮୩୯୨୦୨୨୨

Post a Comment

0 Comments