ଦେବଦେବ ମହାଦେବଙ୍କ ବାହାଘର
ନୀତି ନିର୍ଦ୍ଦିଷ୍ଟ ତିଥିରେ
ମହାସମାରୋହରେ ହୁଏ ଅନୁଷ୍ଠିତ
ଯେଉଁଠୁ ପରମ୍ପରାର ଆରମ୍ଭ ହୁଏ
ସେଇ ମାଆ ପାର୍ବତୀଙ୍କ ସହ
ସେଇ ଢାଞ୍ଚାରେ
ଯେମିତି ହିନ୍ଦୁ ରୀତିନୀତି
ଥାଳଉଠା ଅର୍ଥାତ୍ ନିର୍ବନ୍ଧ
ଚାଷ ଆରମ୍ଭର ତିଥି ଅକ୍ଷୟତୃତୀୟା
ରଥକାମର ଶୁଭାରମ୍ଭ ପୁଣ୍ୟ ତିଥିରେ
ଜ୍ୟେଷ୍ଠମାସ, ଅର୍ଥାତ୍ ରସାଳ ଫଳ
ଷଷ୍ଠୀ ତିଥିରେ ହୁଏ ଵିଵାହ
ଦେବଦେବ ମହାଦେବ ଆଉ ମାଆ ପାର୍ବତୀ
ହିନ୍ଦୁଧର୍ମର ରୀତିନୀତି ଅନୁସାରେ
କନ୍ୟାପିତାମାତା ଓ ଵରପିତାମାତା
ଅହୋ ଭାଗ୍ୟ ସେମାନଙ୍କର
ଯେଉଁମାନେ ଵିଵାହ କରାଇବାକୁ
ଵଛାଯାଇଥାଆନ୍ତି, ଵିଵାହ କରାନ୍ତି
ପଶ୍ଚିମ ଓଡ଼ିଶାର ମୁଖ୍ୟପର୍ବ ଭିତରୁ ଅନନ୍ୟ
ବାଜା, ବାଣ, ରୋଷଣୀରେ ଆସନ୍ତି
ଵର ମହାଦେବ ଵରପକ୍ଷଙ୍କ ସହିତ
ଅନୁଷ୍ଠିତ ହୁଏ ଵିଵାହ ପର୍ବ
ଆକାଙ୍କ୍ଷିତ ସମସ୍ତ ଅନୁସନ୍ଧିତ୍ସୁଙ୍କ ସହ
ଝାଡୁଆପଡା, ନନ୍ଦପଡା ଇତ୍ୟାଦି
ହୁଏ ଲୋକାରଣ୍ୟ, ଭୋଜିଭାତ
ସେମିତି ଓଡ଼ିଶାର ପୁରପଲ୍ଲୀରେ
ଲିଙ୍ଗରାଜ, ଲୋକନାଥ, ଧବଳେଶ୍ଵର
ଵାଵାମଣି, ପଞ୍ଚଲିଙ୍ଗେଶ୍ଵର ମନ୍ଦିର
ଉତ୍ସାହ ଉଦ୍ଦୀପନାରେ ଭକ୍ତଙ୍କ ସମାଗମ
ମନରୁ ଆବିଳତା ଦୂରେଇ ଏକ ହୁଅନ୍ତି
କିନ୍ତୁ, ହାଏ !! ଏ କ'ଣ, ମନ୍ଦିର ବନ୍ଦ
ଖାଲି ପାଳନ ହେବ ରୀତିନୀତି
ପରମ୍ପରା ଅନୁଯାୟୀ ବିବାହ ତ ହେଉଛି
କିନ୍ତୁ ନାହାନ୍ତି ଵରପକ୍ଷ କି କନ୍ୟା ପକ୍ଷ
ନାହାନ୍ତି ଆଗ୍ରହୀ ଭକ୍ତ ମଣ୍ଡଳୀ
ଭକ୍ତଙ୍କ ନୃତ୍ୟ ଗୀତ ନାହିଁ
ଖାଲି ପ୍ରାର୍ଥନା ଆକୁଳରେ ସୃଷ୍ଟି ରକ୍ଷାପାଇଁ
ସୃଷ୍ଟିକର୍ତ୍ତାଙ୍କୁ ରୋଗର ଦୂର କରି ଶୀତଳତା ପାଇଁ l
କଳ୍ପନା ରାୟ,
ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର




0 Comments