ମାତୃଗର୍ଭେ ରହି ଚିନ୍ତୁଥିଲି ଭାଇ
ହରେକୃଷ୍ଣ ଦାମୋଦର
ଗର୍ଭରୁ ଭୂମିଷ୍ଠ ହେଲି ଯେତେବେଳେ
ପଚାରିଲି କାର୍ଯ୍ୟ ମୋର ।
ସଂସାର ଉତ୍ତର କଲା ମୋତେ ବାଇ
ଭୁଲି ଗଲି ପ୍ରଭୁ ନାମ
ଜଗତ ଜଞ୍ଜାଳେ ହେଲି ସ୍ଵାର୍ଥପର
ଭୁଲିଲି ପବିତ୍ର ଧାମ ।
ମିଛ ମରିଚିକା ପଥେ ମୁଁ ଗମିଲି
ଗର୍ବ ଅହଙ୍କାର ଧରି
ମିଛ ରାଇଜରେ ଘରଟେ ତୋଳିଲି
ତୋର ମୋର ଭାବ କରି ।
ଏ ମାୟା ସଂସାରେ ଭ୍ରମିତ ମୁଁ ହେଲି
ଅନ୍ୟାୟ ଅଧର୍ମ କରି
ଅନେ ଦୁଃଖ ଦେଇ ସୁଖ ଇଛା କଲି
ଯାଉଅଛି ଦିନ ସରି ।
ମୁହିଁ ଏକା ବଡ଼ ଭାବନା ମୋହର
ହେଲା ଆଜି ସାତ ପର
ଶେଷ ସମୟରେ ଜାଣିଲି ଜଗତ
ଅଟେ ଭାଇ ସ୍ଵାର୍ଥପର ।
ଅଭୁଲା ଏ ମନ ଭୁଲିଥିଲା ଯାହା
ଖୋଜେ ତାକୁ ରାତି ଦିନ
ଶେଷ ଜୀବନରେ ସାହା ହୁଅ ବୋଲି
କହେ ମୋ ଅଭୁଲା ମନ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ




0 Comments