ଶେଷ ବିଦାୟ 2 - ଜଗବନ୍ଧୁ ସାହୁ


ପଡୁଥିବ ଖଇ         କଉଡି ସାଥିରେ
         ଶୁଭୁଥିବ ରାମ ନାମ
ଜାଣିବୁ ଲୋ ପ୍ରିୟା ସେଇ ଦିନ ମୋର
         ଶେଷ ହେବ ଏଇ ପ୍ରେମ

ସାଙ୍ଗ ସାଥି ମୋର      ବନ୍ଧୁ ପରିଜନ
      ଦେବେ ଲୋ ଶେଷ ବିଦାୟ
ଯାହା ନେବା କଥା   ଆସି ମଶାଣୀକୁ
        କରି ତୁ ନେବୁ ଆଦାୟ

ଛ'ଖଣ୍ଡ କାଠରେ ଶୋଇ ଥିବି ମୁଁ ଲୋ
         ଧଳା ଚାଦରକୁ ଘୋଡି
ଆଣି ଥିବୁ ସାଥେ      ଅବିର ମୁଠାଏ
       ଦେବୁ ମୋ ମୁହେଁ ଅଜାଡି

ପ୍ରେମରେ ତୋହର  ମରିଗଲି ବୋଲି
        କହିବୁନି କାହା ଆଗେ
ଛଳନା ହୃଦୟେ     ରଖି ଥିବୁ ତୋର
     ମୋ ପାଇଁ  ଜାଗା ଟିକିଏ

ପ୍ରେମ୍ କବି ଜଗବନ୍ଧୁ ସାହୁ 
         ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

Post a Comment

0 Comments