ସେ ତାର କୋହ ସବୁକୁ ଏକାଠି କରି
ସମାଜରେ ଚଳିବାକୁ ଖୁବ ଚେଷ୍ଟା କରେ
ବେଳେବେଳେ ଯେ ତାକୁ ଘୃଣା କରେ
ତାକୁ ସେ ନିଜର କରିବାକୁ ଚେଷ୍ଟାକରେ ।
ତା ଆଖି ଆଗରେ ହୁଏତ
ଅନେକ ସ୍ଵପ୍ନର ସମାଧି ହୋଇଯାଏ
ହେଲେ ସେ କିଛି ନ କହି
ଆପଣାର ସଂଗ୍ରାମ ଜାରିରଖିଥାଏ ।
ମନର ମଣିଷ ପାଖେ
ସେ ସବୁ ସମର୍ପି ଦେଇଥାଏ
ନିଜର ଅକୁହା କଥା ସବୁକୁ
ଅସଜଡା ଦିନ ସବୁକୁ ।
ଖୁବ ଦୁଃଖ ଲାଗେ
ଯେତେବଳେ ସେ ଲୁହ ଢାଳେ
ମୋ ପାଇଁ !
ମୁଁ ବି ଜାଣିପାରେନାହିଁ ।
ବୃନ୍ଦାବନ ପ୍ରଧାନ




0 Comments