ତୁମେମୋର ପ୍ରିୟ - ପୁଷ୍ପାଞ୍ଜଳି ପଣ୍ଡା

(ତୁମେ ମୋର ପ୍ରିୟ)
କାଳିଆ ଠାକୁରଭାଇ ଭଗ୍ନୀ ନେଇ
ରଥ ଯାତରାରେ ବାହାରହୁଅ
ଚର୍ମ ଚକ୍ଷୁରେ ମୋ ଦେଖିବା ପାଇଁ କି
ଭକତି ଶକତି କରୁଣା ଦିଅ।।
ତୁମେ ମୋ ବିଶ୍ୱାସ ,ଭରସା ,ନିଶ୍ୱାସ
ଜୀବନ ରେ ତୁମ ରୂପକୁ ଦେଖି
ପ୍ରାଣ ପ୍ରୟାଣ ମୋ ସରିଯାଆନ୍ତା କି!
ରଥରେ ଦେଖି ତୁମ ଚକାଆଖି।
ମନକଥା ଖୋଲି କହୁଛି ତୁମକୁ
ମନୁଆ ଠାକୁର ମନେରଖିବ
ଜୀବଗଲାବେଳେ ଦରଶନଦେବ
ଆତ୍ମା ମୋର ପୁରା ମୁକ୍ତି ଲଭିବ।
ବୟସ ଆୟୁଷ ଖସେ ନିରନ୍ତର
ଖସିପାରେନାହିଁ କାଳ ହାତରୁ
ଦୁଃଖରେ ସୁଖରେ ତୁମେମୋ ପାଖରେ
ସବୁ ସହିଯାଏ ତୁମେ ଥିବାରୁ।
ପୁନର୍ଜନ୍ମ ଅଛି କି ନାହିଁ ଜାଣିନି
ଏ ଜନ୍ମ ଦେଇଛ କରୁଣାମୟ
ଅନ୍ତରେ ବାହାରେ ମୋ ଅନୁଭବରେ
ତୁମେମୋର ପ୍ରିୟ ହେ ପ୍ରେମମୟ।

ପୁଷ୍ପାଞ୍ଜଳି ପଣ୍ଡା
କେନ୍ଦ୍ରାପଡ଼ା 

Post a Comment

0 Comments