ତୁ ଏମିତି ରାତି ତତେ ଭୁଲି ହୁଏନି
ଜହ୍ନ ଲୁଚିଯାଏ ତାରା ହଜିଯାଏ
ହଜିଯାଏ କେତେ ସ୍ମୃତି ଜାଣି ହୁଏନି
ତୁ ଏମିତି ରାତି ତତେ..................... ll
ପୂର୍ଣ୍ଣିମାର ଚାନ୍ଦ ତୋ ଦେହେ ହଜିଯାଏ
ପୁଣି ହଜିଯାଏ ଅମା ଅନ୍ଧାର
ତାରାଭରା ରାତି କେତେ ଯେ ହଜିଛି
ଗଣିଲେ ବି ସିଏ ଗଣି ହୁଏନି
ତୁ ଏମିତି ରାତି ତତେ.................... ll
ଶୀତ ଶିଶିର ର ବେଦନା ସହିଛୁ
ସହିଛୁ ତୁ କେତେ ବରଷା ରାତି
କାଳ ବୈଶାଖୀର ତାଣ୍ଡବ ନୃତ୍ୟରେ
ପାଷାଣ ହେଇ ତୋ ସହିଛି ଛାତି
ସହିଛୁ ଫଗୁଣ ମଳୟ କେତେ
ଗଣିଲେ ଅଙ୍କରେ କହି ହୁଏନି
ତୁ ଏମିତି ରାତି ତତେ.................... ll
ତୋ କୋଳରେ କିଏ ଶୁଏ ଆନନ୍ଦରେ
ପୁଣି ରହୁଛି କିଏ ଉଜାଗର
କାହା ପାଇଁ ତୁହି କାଳ ରାତ୍ରି ହେଉ
ପୁଣି କାହାକୁ ଦେଇଥାଉ ବର
କିଏ ତତେ ଆହା ଝୁରେ ଭଲ ପାଇଁ
କାହାର ଲେଖୁ ତୁ ଦୁଃଖ କାହାଣୀ
ତୁ ଏମିତି ରାତି ତତେ................... ll
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର, ଯାଜପୁର
ଦୂରଭାଷ - 9439854199



0 Comments