ଦର୍ଶନ ଦିଅହେ ପ୍ରଭୁ
ହଟିଆ ଠାକୁର
ହୃଦୟ ଭିତରେ ମୋର
ଗଢିଛି ମନ୍ଦିର।
ଆଖି ବୁଜିଦେଲେ ସଦା
ଦିଶେ ତୁମ ରୁପ
ପୂଜିବି ପୟର ପ୍ରଭୁ
ଭକ୍ତି ଅର୍ଘ୍ଯ ଧୂପ।
ସକାଳ ସ୍ନାହାନ ସାରି
ଦୀପଟିଏ ଧରି
ଅରୁଣ ଖମ୍ବ ପାଖରେ
ଦିଅନ୍ତି ମୁଁ ଜାଳି।
ବାଇସି ପାହାଚ ଧୂଳି
ମଥାରେ ମୁଁ ବୋଳି
ଗରୁଡ ଖମ୍ବ ପଛରେ
ଜଣାନ୍ତି ମୋ ଅଳି।
ସକାଳ ଦର୍ଶନ କରି
ତୋ ଚକାନୟନ
ସ୍ବର୍ଗସୁଖ ଲାଭକରି
ହୁଅନ୍ତି ମୁଁ ଧନ୍ଯ।
ଶୁଣ ଆହେ ଜଗନ୍ନାଥ
ମୋ ଦୁଃଖ ବାରତା
ନିତି ଦରଶନ ଦିଅ
ଜଗତ କରତା।
ଏତେଭାଗ୍ଯ ନାହିଁ ମୋର
ଏଫଟା କପାଳେ
ହୃଦୟରେ ଦେଖେ ସଦା
ସଞ୍ଜ ଓ ସକାଳେ।
କିଛି ମାଗୁନାହିଁ ଆହେ
ଜଗତ ଜୀବନ
ଜନ୍ମଜନ୍ମାନ୍ତରେ ଦିଅ
ପାଦତଳେ ସ୍ଥାନ ।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ଜିଲ୍ଲା, ନୟାଗଡ



0 Comments