ଶୁଭ ସନ୍ଧ୍ୟା କାଳେ ଆରତୀ ବେଳରେ
ନିତି କରିବି ଦର୍ଶନ
କଞ୍ଜ ବଦନର ରୂପ ଶୋଭା ଦେଖି
ସାର୍ଥକ ହେବ ଜୀବନ।
ମନ ମୋହନ ହେ ମୋହନ ମୂରଲୀ
ଅଧୀର କରେ ମୋ ମନ
ମନ ମୋହନିଆ ରୂପ ମୋ ନୟନେ
ନାଚୁଥାଉ ନିଶିଦିନ।
କିଛିଲୋଡ଼ା ନାହିଁ ଏ ଭବ ସଂସାରେ
ତୁମ ଛଡ଼ା ଗୋପୀନାଥ
ବନ୍ଧୁ ସହୋଦର ତୁମେ ହର୍ତ୍ତା କର୍ତ୍ତା
ତୁମେ ତ ଜଗତ ନାଥ।
ଅଜୟ କୁମାର ମହାନ୍ତି
ହରିପୁର, କବିର ପୁର, ଯାଜପୁର



0 Comments