ସ୍ବାର୍ଥ - ଜଗବନ୍ଧୁ ସାହୁ


ସ୍ବାର୍ଥେ ଅନ୍ଧ ହୋଇ       ଆଜି ଏ ମଣିଷ 
        କରେ କେତେ ହିନ କର୍ମ 
ପର ତଣ୍ଟି ଚିପି            ଆପଣା ମୁଣାକୁ 
           କରୁଥାଏ ସିଏ ପୂର୍ଣ୍ଣ ।

ଦୟା ଧର୍ମ ଭାବ        ହୃଦୟରୁ ପୋଛି
           କୁସଂସ୍କାର ଆପଣାଇ 
ସବୁ ମୋର ମୋର ବୋଲି ଯେ କୁହଇ
          ସ୍ବାର୍ଥପର ସିଏ ହୋଇ ।

ପୋଛିଦେରେ ମନୁ       ମିଛ ହଂକାର
       ନୁହେଁ ଏଠି କିଛି ତୋର
ଇଶ୍ବର ଆଦେଶେ      ଆସିଛୁ ମହୀକୁ
       ଏପରା ମାୟା ସଂସାର ।

ନାମ ‐ ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments