(କାବ୍ୟ ରୂପ)
ଶୁଣ ଆହେ ସୁଜ୍ଞ ଜନ..
ଓଡ଼ିଆ ସାହିତ୍ୟ ର.....
କାଳ ବିଭାଜନ..
ହେ ସୁଜ୍ଞ ଜନ...
ଆଦି କାଳ ରୁ ବର୍ଣନ...
ଶୁଣ ଦେଇ ମନ କର୍ଣ୍ଣ...
ହେ ଗୁଣି ଜନ !!
ଆଦିଯୁଗ ର ସମୟ...
ନବମ ଶତାବ୍ଦୀ ଆରମ୍ଭ ପ୍ରାୟ..
ଚତୁର୍ଦଶ ରେ ଶେଷ ପର୍ଯାୟ..
ଆହେ ଗୁଣି ଜନ..
ମୌଳିକ ଅଭିଲେଖ ଆଉ
ସାହିତ୍ୟ ର ବିକାଶ ମାନ..
ହେ ସୁଜ୍ଞ ଜନ!!
ପଞ୍ଚଦଶ ଶତାବ୍ଦୀ ସାରା..
ସାରଳାଙ୍କ ଯୁଗ ହେଲା ପରା..
ଆହେ ବିଜ୍ଞ ଜନ..
ସାରଳା ସାହିତ୍ୟ ଚାଲିଲା
ମଧ୍ୟ ଯୁଗର ଲୀଳା ଖେଳା
ହେ ସୁଜ୍ଞ ଜନ..
ଷୋଡଶ ଶତାବ୍ଦୀ ଠାରୁ...
ପଞ୍ଚଶାଖା ଯୁଗ ତହିଁ ବିଚାରୁ..
ହେ ଜ୍ଞାନୀ ଜନ...
ବଳରାମ, ଜଗନ୍ନାଥ..
ଅଚ୍ୟୁତାନନ୍ଦ, ଯଶୋବନ୍ତ..
ହେ ଗୁଣି ଜନ..
ପଞ୍ଚମ ରେ ଶିଶୁ ଅନନ୍ତ
ପଞ୍ଚ ସଖା ନାମେ ଜ୍ଞାତ...
ସଂସାରେ ନାମ ବିଖ୍ୟାତ
ହେ ସୁଜ୍ଞ ଜନ..
ଶୁଣ ବାରେ ଦେଇ କର୍ଣ!!
ଷୋଳସ ପଚାଶ ଠାରୁ..
ରୀତି ଯୁଗ ତହିଁ ବିଚାରୁ..
ହେ ଗୁଣୀ ଜନ...
ଭଞ୍ଜ ସାହିତ୍ୟ ର ଦିନ..
ସାହିତ୍ୟ ର ନୂଆ ସୋପାନ
ହେ ସୁଜ୍ଞ ଜନ..
କବି ସମ୍ରାଟ ଙ୍କ ସୁ ଦିନ..
ସାହିତ୍ୟ କୁ ମିଳିଲା ମାନ
ହେ ବିଜ୍ଞ ଜନ !!
ପଞ୍ଚମେ ଆଧୁନିକ ଯୁଗ
ରାଧାନାଥ ଥିଲେ...
ସବୁଠୁଁ ଆଗ...
ହେ ଗୁଣି ଜନ..
ଅଠର ଶହ ଅଶି ଠାରୁ..
ଆଜି ଯାଏ ଚାଲୁ ବିଚାରୁ..
ହେ ସୁଜ୍ଞ ଜନ..
ପାଞ୍ଚ ଭାଗ ରେ ଜାଣିଛି..
ଆଧୁନିକ ଯୁଗ ଚାଲିଛି
ହେ ବିଜ୍ଞ ଜନ..!!
ରାଧାନାଥ ଯୁଗ ପ୍ରଥମ...
ସାହିତ୍ୟ ପଥ ହୁଏ ସୁଗମ..
ହେ ଗୁଣିଜନ...
ଦ୍ଵିତୀୟ ରେ ସତ୍ୟବାଦୀ..
ଗୋପବନ୍ଧୁ, ନୀଳକଣ୍ଠ ଆଦି..
ଉଣେଇଶ ତିନ ପରମ୍ଭ ସଦୀ...
ହେ ବିଜ୍ଞ ଜନ..
ସାହିତ୍ୟ ର ମୋହଷଧି...
ସାରସ୍ୱତ ର ମହାବାରିଧି...
ହେ ଶୁଧି ଜନ...
ତୃତୀୟ ରେ ସବୁଜ ଯୁଗ
ବିଶ୍ୱ ସମର ପଶ୍ଚାତ୍ୟ ଭାଗ..
ହେ ଗୁଣି ଜନ...
କାଳନ୍ଦୀ, ଅର୍ଣ୍ଣଦା, ବିପିନ
ସାହିତ୍ୟ ର ମହାଧନ ..
ହେ ସୁ ଜ୍ଞ ଜନ...
ସମୃଦ୍ଧି ର ଆୟୋଜନ..
ପ୍ରସାର ଓ ପ୍ରଚାର ମାନ
ହେ ଜ୍ଞାନୀ ଜନ!!
ଚତୁର୍ଥ ପ୍ରଗତି ଯୁଗ..
ସ୍ୱାଧୀନତା ସମୟେ ଯୋଗ
ହେ ମହାଭାଗ..
ଉଦୟ ସାହିତ୍ୟ ଭାଗ୍ୟ..
ସାହିତ୍ୟ ସାଧନା ଅର୍ଘ୍ୟ..
ହେ ଗୁଣି ଜନ..
ସଚ୍ଚି, ରାଧା ମୋହନଙ୍କ ଯୁଗ
ସବୁଠୁଁ ସରସ ସୁନ୍ଦର ଯୁଗ
ହେ ମହାଭାଗ !!
ଅନ୍ତିମେ ଅତ୍ୟାଧୁନିକ କାଳ..
କବି ସୁରେନ୍ଦ୍ର, ବାମା ଚରଣ...
ହେ ଗୁଣି ଜନ...
ଫତୁରା ନନ୍ଦ,ସାତକଡି ରାଜ..
ବିଭୁତି, କୁଳମଣି, ମନୋଜ
ହେ ସାଧୁ ଜନ...
ସାହିତ୍ୟର କାଳ ବିଭାଜନ..
ନିର୍ମଳ କରେ ବଖାଣ..
ହେ ବିଜ୍ଞ ଜନ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ଼, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
8275533780



0 Comments