ଆଶା - ନିର୍ମଳ ନାୟକ



ଲୁହା ଚୁମ୍ବକ ର ଆକର୍ଷଣ ପରି...
ଆଶା ମାନବ ହୃଦୟ ରେ ଭରି....
କେବେ ବଂଚିବା କୁ ଆଶା କରି..
କେବେ ପାଇବା ର ଆଶା ଧରି !! 

ଜୀବନ ମାତ୍ରେ ଆଶାର ଜାଚକ...
ଆଶା ମନୁଷ୍ୟ ର ଦୁଃଖ କାରକ..
ଆଶା ହିଁ ଆମ କାମନାର ଜନକ
କାମନା ଧ୍ବଂସ  ଦୁଃଖର ବିନାଶକ !! 

ଆଶା ବୈତରଣୀ ଉମଙ୍ଗ ପ୍ରବାହ...
ଆଶା ମାନସର ଅହେତୁକ କୋହ..
ଆଶା ମନୁଷ୍ୟର ବଞ୍ଚିବା ର ମୋହ
ଆଶା ଦେଖାଏ ପ୍ରାଣେ ପ୍ରଗତି ରାହ !! 

ଆଶା ଅନୁରୂପ ଫଳଟି ଦୁଃଖଦାୟୀ...
ଆଶା ପାଇଁ ଜନ ମାନସେ ଆଗ୍ରହୀ...
ଆଶା ନ ରଖିବା ହିଁ ସଦା ଗୁଣଗ୍ରାହୀ
ଆଶା ତେଜି ଚିନ୍ତନ କର ଭାବଗ୍ରାହୀ !! 

ଆଶା ବୃକ୍ଷେ ଫଳ ଲାଗିଥାଏ  ମିଠା...
ଆଶା ଅନୁରୂପ ଫଳ ନ ମିଳିଲେ ଖଟା
ଆଶା ର ଶୃଗାଳ ପାଇଁ ଅଙ୍ଗୁର ଖଟା..
ଆଶା ଉପାଖ୍ୟାନ କହିଲା  ମୁଖ ଟା !! 


151 ନାଗାର୍ଜୁନ କଲୋନୀ
ନାରା ରୋଡ଼, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
8275533780

Post a Comment

0 Comments