ସମାନ୍ତର - ନିର୍ମଳ ନାୟକ



ସମାନ ଅନ୍ତର ଦୁଇ ଶବ୍ଦ ର ସମାହାର...
ସମାନ ଦୁଇ ଙ୍କ ଅନ୍ତର...
ଅନୁମେୟ ଦୁଇ ଜୀବନରେ ପ୍ରତି ବାର...
ସୃଷ୍ଟି ଏ ଅଦ୍ଭୁତ ସଂସାର!! 

ଦୁହେଁ ଜାଣୁ ଅନ୍ତରେ ଉଭୟ ଙ୍କ ମନୋଦଶା...
ପଡିପାରୁ ଦୁହିଁଙ୍କ ମନ ଭାଷା...
ଦରଦ ଭରପୁର ବେନି ହୃଦୟେ ଅସରା ଆଶା..
ପଢିପାରୁ ଉଭୟ ଙ୍କ ପରିଭାଷା!! 

ଅଭିମାନର ଅମୋଘ ଆବରଣ ନିମ୍ନ ଦେଶରେ ...
ଓଠ ବାନ୍ଧିଛି  ମାନର ରଜ୍ଜୁ ରେ...
ସେନେହ ଛୁପାଇଛି ମାନସ ର ମହା ସିନ୍ଧୁକରେ...
ପ୍ରୀତି ଝଲସେ ମାନ ଭରା ବାକ୍ୟରେ!! 

ଅନେକ ଫଗୁଣ ବିତିଲେଣି ଏକା ଏକା ନିଃସଙ୍ଗ....
ମନେପଡେ  ସେହି ଅନ୍ତରଙ୍ଗ....
ଫିକା ଫିକା ଲାଗେ ଫଗୁ ର ନାଲି ଅବିର ରଙ୍ଗ...
ହୋଲି ଲାଗୁଚି ସତେ ବେରଙ୍ଗ!! 

ଯାନୀ ଯାତରା  ଭିଡରେ ଲାଗୁଥାଏ  ନିଃସଙ୍ଗ...
ଭାବୁଛି  ନିଆରା ତୋ ଢଙ୍ଗ..,
ହାଟ ବଜାର ରେ ନାହିଁ ସେ ପୁରାତନ  ଉମଙ୍ଗ...
ଶୁନ୍ୟପଣ ଏ ଜୀବନ ବେରଙ୍ଗ!! 

ଚାଲି ଥିବା ଏହିପରି ରେଳ ପଟି  ପରିକା...
ସମାନ୍ତର ପଟି ଏକା ଏକା...
ଦୁହେଁ ଦୁହିଁଙ୍କୁ ଚିହ୍ନି ବି ଅଚିହ୍ନା ରୂପ ରେଖା..
ହୁଏତ ଏ ମୋ ଭାଗ୍ୟଲେଖା !! 


151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014.
8275533780

Post a Comment

0 Comments