ମଉସା ଦେଖେ ଲୋ...
ବାଡିପଡା ଘଇତାଟାକୁ।
କାଲି ଯାଇଥିଲି ମୁଁ ଆମ ଗାଆଁକୁ,
ପୁରେଇ ଦଉନି ମୋତେ ଘରକୁ।୦।
ମାଆକୁ ମୋ ହେଇଚି ଜର
ଶହେ ଏକ ଟେମ୍ପେରଚର୍
ଗଳା ଖସ୍ ଖସ୍ ହେଉଅଛି କାଶ
କେହି ନାହାଁନ୍ତି ସେବା କରିବାକୁ।୧।
ରାତିରେ BCP duty
ପିଉ ନାହିଁ ଏ ଆସ୍କା ଫଟି
Maskପିନ୍ଧୁଛି ହାତ ଧୋଉଅଛି
ଡରୁଅଛି କିଆଁ ଏଇ ରୋଗକୁ।୨।
ହାତେ ରାନ୍ଧି ଭାତ ଖାଇବ
ନିଶ ଦାଢି ତା ପୋଡି ଯିବ
ଖାଇଲେ ପଖାଳ ନିଶ୍ଚେ ହେବ ଜର
ତେବେ ଏ ଖୋଜିବ ମାଈକିନାକୁ।୩।
ଶାନ୍ତ ହୁଅରେ ରାମାବର
ଘରେ ଛୋଟ ପିଲା ଆମର
ଡାକ୍ତରଖାନାରେ ଟେଷ୍ଟ କରି ଆସ
ଜାଣି ଜାଣି କିଆଁ କୀଳାକୁ ଡାକୁ।୪।
କିଣା ନୁହେଁ ସବୁ ମାଗଣା
ମନ କର ନାହିଁ ତୁ ଊଣା
ଘରର ଘରଣୀ ହେଲେ ବାଇଆଣୀ
କେମିତି ତଡିବା କହ ଶତୃକୁ।୫।
ଗୌରହରି ସାହୁ(ଶିକ୍ଷକ)
ଏକଡାଳ, କାନପୁର, କଟକ



0 Comments