ତୁମ୍ଭେ ପ୍ରଭୁ ଥାଉଁ ଥାଉଁ - ଅଜୟ କୁମାର ମହାନ୍ତି



ମାରୁଛୁ ତାରୁଛୁ ଲୀଳା ଲଗାଇଛୁ
ସବୁ ତୋ ହଟ ଚମଟ
ଚଉବାହା ମେଲି ଦେଉଳ ବସିଛୁ
କେତେ ଲଗାଇଛୁ ନାଟ।
ବେଳୁ ବେଳ ପୃଥ୍ୱୀ ବସିଲାଣି ଗ୍ରାସି
ଅଜଣା ବେମାରୀ କାହୁଁ
ପ୍ରକୋପରୁ ତାର ହୁଏନି ନିସ୍ତାର
ତୁମ୍ଭେ ପ୍ରଭୁ ଥାଉଁ ଥାଉଁ।
ଜଗତର ନାଥ କାଳିଆ ସାଆନ୍ତ
ଭକ୍ତ ଯେ ଛାଡ଼ନ୍ତି ହୁରି
ଦେଉଳ ଦୁଆର ମନା ଯେ ତୋହର
ଛାତି ତଳ ଉଠେ ଥରି।
ଶିଘ୍ର ପାରିକର ମାର ଅବା ତାର
କଷଣ ନହୁଏ ସହି
ତୁମ୍ଭେ ନ ଶୁଣିଲେ ଆହେ କୃପାସିନ୍ଧୁ
କେମିତି ତିଷ୍ଠିବ ମହୀ।


ଅଜୟ କୁମାର ମହାନ୍ତି
ହରିପୁର,କବୀର ପୁର, ଯାଜପୁର।

Post a Comment

0 Comments