ମଣିଷ ଟେ ମୁହଁ ବୁଝେନା କେବେ ମୋ
ବୟସର ପରିସୀମା ର କଥା ,
ସବୁକିଛି କୁ ହଜାଇ ଲେଖିଥାଏ
ଅବିରତେ କବିତା ।।
ଜୀବନର କେବେ ଭାବି ନାହିଁ ପ୍ରେମ ଆଉ
ପ୍ରବଞ୍ଚନା ଆଉ ପ୍ରତାରଣା ,
ଭାବିଛି କେବଳ କରାଳ ଗତିରେ
ମଣିଷ ସମୟ ଯାଉଛି ଗଣା ।।
ଭଲପାଇ ନାହିଁ କେବେ ନିଜ ଜୀବନର
ଅନ୍ତର ପ୍ରେମ କୁ ,
ଭଲପାଇ ଥାଏ ସବୁବେଳେ
ପାଣି ପବନ ଆଉ ଆକାଶକୁ ।।
ମୋ ଜୀବନର ବୟସର ଅପରାହ୍ନେ
ଲାଗେ ସବୁ ମରିଚିକା ,
ଜନମି ଥିଲି ମୁହିଁ ଏକା ହୋଇ ଫେରି
ଚାଲିଯିବି ଏକା ଏକା ।।
ସମୟ ସ୍ରୋତ ରେ ଲୀଳା ସରିଯାଏ
ଯୌବନ ନିଆଁ ରେ ପାଶୋରି ,
ପ୍ରେମ ର ନିଆଁ ରେ ଧନ ହଜିଯାଏ
ମରଣ ପାଇବାକୁ ହୁଏ ଝୁରି ।।
କବି ଚାଲିଯାଏ ସରେନା କଲମର
ତୁଳୀ ର କାଳୀ ,
କାଗଜ ସରିଯାଏ ହେଲେ ଲିଭେନା
କଲମର କାଳୀ ।।
କବି ଭାସି ବହିଯାଏ ଅଜଣା
ଅଚ୍ନିନା ନଦୀର ସ୍ରୋତରେ ,
କବିତା ରହିଯାଏ ପ୍ରତ୍ୟେକ
ପାଠୁଆ ପାଠକ ଘରେ ।।
ସୁକୁମାର ପଣ୍ଡା
ତିହିଡି ବଉଳପାଳ
ଫୋନ- 8984101970



0 Comments