ବର୍ଷା ରାଣୀ - ମମୀ ମାଝୀ




ଆଷାଢ଼ ମାସ ଟି ପ୍ରବେଶ ହୁଅନ୍ତେ
ବ୍ୟୋମେ ବ୍ୟୋମଧୂପ ଘୋଟିଲା,
ଦିନ ରେ ଭାନୁ ଯେ ଅମ୍ବୁଦେ ଲୁଚିଲେ
ସାଂୟକାଳ ପରି ଲାଗିଲା ।
କେତେବେଳେ ଖରେ ଅବା ଧିରେ ଧିରେ
ବହନ୍ତି ଯେ ପ୍ରଭଞ୍ଜନ ,
କଳାମେଘେ ସେ ଯେ ଚପଳା ନାଚନ୍ତି
ଦିଶେ କେଡ଼େ ଶୋଭାବନ ।
ଘଡଘଡି ପୁଣି ରହି ରହି ଶୁଭେ
ଥରାଇଦେଇ ଛାତି କୁ ,
ବଣରେ କେକୀ ଯେ ଏ ଡାକ ଶୁଣିଣ
ନାଚନ୍ତି ମେଲାଇ ପୁଚ୍ଛ କୁ ।
ପାଦପଗଣ ଯେ ଅନୀଲ ସହିତେ
ହର୍ଷେ ଦୋଳାୟତ ହୁଅନ୍ତି ,
ବରଷା ରାଣୀ ନୂଆ ଜୀବନ ଦେବେ
ମନେ ମନେ ଗୁଣି ହୁଅନ୍ତି ।
ବିଶ୍ବମ୍ଭରା ଆଶା ପସରା ନେଇ 
ଚାହିଁ ଥିଲା ଏହି ଦିନ କୁ ,
ତା'କୋଳେ ଖେଳିବ ସବୁଜ ବନାନୀ
ପାଇ ବରଷା ରାଣୀ କୁ ।
ଚାତକ ପକ୍ଷୀ ଆତୁର ହୋଇଣ 
ନଭ କୁ ଅନାଇ ଥାଏ ,
କେତେବେଳେ ଯେ ବରଷା ଆସିବ 
ମନେ ମନେ ଭାବୁଥାଏ ।
ମଣ୍ଡୁକଗଣ ଯେ କେଁ କଟର
କରୁଥାନ୍ତି ଚାହିଁ ଅମ୍ବୁଦ ,
ଏହି ସବୁ ଦୃଶ୍ୟ ଦେଖୁଥାନ୍ତି 
ଅମ୍ବରେ ଥାଇଣ ଜଳଦ ।
ସମସ୍ତଙ୍କ ଆଶା ଆକାଂକ୍ଷା
ପୂରଣ କରିବା ପାଇଁ ,
ଚପଳା ସାଥିରେ ମେଘସବାରୀ ରେ
ବରଷା ଆସିଛି ଧାଇଁ ।
ବଳାହକ ଠାରୁ ମୁକ୍ତା ରୂପ ବାରି
ଧିରେ ଧିରେ କରି ଖସିଲା ,
ଅବନୀ ରାଣୀ ଯେ ଏ ମୁକ୍ତା ପାଇଣ
ସାଉଁଁଟି ବକ୍ଷ ରେ ଭରିଲା ।
ଏହି ସମୟରେ ଅବନୀ ର ବାସ୍ନା
ଦ୍ୱିଗୁଣିତ କିବା ହେଲା ,
ସେ ବାସ୍ନା ସୁଗନ୍ଧ ମନ ମତାଣିଆ
ଜନମନ ମୋହି ନେଲା ।
ଝିିିପିଝିପି ସ୍ବରେ ବରଷା ରାଣୀ
ଗାଉଛି ସୁନ୍ଦର ଗୀତ ,
ସେ ଗୀତ ର ସ୍ବରେ ନାଚିବା ପାଇଁ
ମନ ହୁଏ ବିହ୍ବଳିତ ।

ମମୀ ମାଝୀ
ଗ୍ରା-ଥାପେନ, ଜି-କଳାହାଣ୍ଡି

Post a Comment

0 Comments