ଉଠ୍ ରେ ଓଡ଼ିଆ ଜାଗ୍ ରେ ଓଡ଼ିଆ
ଉଠିବୁ ଆଉ ତୁ କେଉଁଦିନେ
ନିଦ ଭାଙ୍ଗି ଯେବେ ତୁ ଉଠିବୁ ଚେଇଁ
ତୋତେ ଭୁଲି ଥିବେ ତୋର ଜନେ ।
ସହଜେ ତ ଏବେ ଡେରି ହୋଇଗଲାଣି
ଡେରି ଏବେ ଆଉ କରନାହିଁ
ଗୌରବ ଫେରାଇବା ପାଇଁ
ଓଡ଼ିଆ ସନ୍ତାନ ଉଠ ଚେହିଁ ।
ସବୁ ଆଳସ୍ଯ କୁ ତ୍ଯାଗ କରି ଏବେ
ମହା ସଂଗ୍ରାମରେ କର ଝାସ
କଲମ ମୁନରେ ସ୍ବର ତୋଳ ଏବେ
ଓଡ଼ିଆ ଭାଷାର ରଖ ଟେକ ।।
ସୁଜାତା ବେହେରା
ବେଗୁନିଆପଦି, ହାଟଡିହି, କେନ୍ଦୁଝର



0 Comments