ମଧୁସୂଦନ ଜୟନ୍ତୀ ଉପଲକ୍ଷେ - ମିନତୀ ଦାଶ


ହେ କୂଳବୃଦ୍ଧ ହେ ମଧୁସୂଦନ ଜାତି କରଇ ସ୍ମରଣ, 
ସେ ଦିବସ ଆଜି ଯେବେ ଆବିର୍ଭାବ 
ପୁଣି ଶୁଭ ଜନ୍ମଦିନ. 
ଅଠରଶ ଅଠଚାଳିଶ ଏହି ଶୁଭ ତିଥି ସତ୍ୟଭାମା ପୁର ଗ୍ରାମ, 
ପିତା ରଘୁନାଥ ସ୍ୱମାତା ପାର୍ବତୀ ଔରସରୁ ତଵ ଜନ୍ମ. 
ପ୍ରଥମ ସ୍ନାତ୍ତକ ଓଡିଶା ମାଟିର ପୁଣି ଆଦ୍ୟ ଆଇନଜ୍ଞ, 
କର୍ଣ୍ଣଧାର ତୁମେ ସ୍ୱତନ୍ତ୍ର ଓଡିଶାର 
ସ୍ୱର୍ଣ୍ଣାକ୍ଷରେ ତୁମ ନାମ. 
କବି ଆଇନଜ୍ଞ ସଂଗ୍ରାମୀ ନେତା 
ମହାନସେ ପୁରୁଷାର୍ଥ, 
ଉତ୍କଳ ସନ୍ତାନ, ଜାତି ଇତିହାସ, ଜନନୀର ଉକ୍ତି ରଖିଛି ଲେଖନୀ ଟେକ. 
ମହା ସଂସ୍କାରକ ବୋଲାଇଲ.. ଯେଣୁ 
ନାରୀ ଶିକ୍ଷା ପ୍ରତି ଧ୍ୟାନ, 
ପ୍ରଥମ ବାଳିକା ବିଦ୍ୟାଳୟ ପୁଣି 
ପାଠାଗାର ତୁମ ଦାନ. 
ଓଡ଼ିଆଭାଷୀଙ୍କ ଭୂମିର ମିଶ୍ରଣେ 
ଗଢ଼ିଲ ଓଡିଶା ରାଜ୍ୟ, 
କୂଟନୀତି ଯୋଗୁଁ ଖରସୁଆଁ, ସଢେଇକଳା ସିଂଭୂମ ହେଲା  ଭାଗ. 
ଅର୍ଦ୍ଧଶତାବ୍ଦୀର ଅବଦାନ ତୁମ 
ଉତ୍କଳ ଜନନୀ ପାଇଁ, 
ସମାଜ ସଂସ୍କୃତି ପୁଣି ଅର୍ଥନୀତି 
ଉଜ୍ଜୀବିତ କଲ ସାଇଁ. 
ଉତ୍କଳ ମାଟିର କୋଣ ଅନୁକୋଣେ 
ମଧୁ ବାରିଷ୍ଟର ଗାନ,  
ଆଧୁନିକତା ର ମୂଳମନ୍ତ୍ର ତୁମେ 
ଉତ୍କଳ ଗୌରବ ନାମ. 
ନତ କରି ଶିର କୃତାଞ୍ଜଳୀ ପୁଟେ 
ଜଣାଇଲି ଶ୍ରଦ୍ଧାଞ୍ଜଳି, 
କରେ ନିବେଦନ ପୁନର୍ଜନ୍ମ ହେଉ 
ମାଟି,  ଜାତି ର ଏ ଅଳି l 

ମିନତୀ ଦାଶ 
ବାରିପଦା 
ମୟୁରଭଞ୍ଜ 9438478657

Post a Comment

0 Comments