ଜ୍ଞାନୀ ଗୁଣି ଜନ ଅପସରି ଯାନ୍ତି
ଜଗତ କଲ୍ୟାଣ ଚିନ୍ତି
ଅଭାବ କଷଣ ଦୂରାଇ ଜଗତୁ
ପାଆନ୍ତି ଶେଷରେ ଶାନ୍ତି ।
ଶାନ୍ତି ଦୂତ ସାଜି ଆସନ୍ତି ଜଗତେ
ଫେରନ୍ତି ଅଫେରା ପଥେ
ସବୁ ଛାଡି ଯାନ୍ତି ଏ ମହି ମଣ୍ଡଳେ
ନେଇଥାନ୍ତି ଯଶ ସାଥେ ।
ଜଗତେ ପ୍ରାଣୀଙ୍କ କଲ୍ୟାଣ ସାଧନ୍ତି
ହୋଇ ଆନନ୍ଦିତ ମନ
ସେହି ଭଳି ଜନ କର ପ୍ରଭୁ ଦାନ
ଏତିକି ମୋ ନିବେଦନ ।
ରଞ୍ଜନ କୁମାର ପଣ୍ଡା



0 Comments