ସାରସ୍ୱତ ବୀର ଓଡିଶା ମାଟିର
ଅଟ ତୁମେ ଅଭିମନ୍ୟୁ
ତୁମ ଯଶୋଗୁଣ ଅଟେ ଅସାମାନ୍ୟ
ସିନ୍ଧୁ ତୁମେ, ନୁହେଁ ରେଣୁ
ତୁମ ଯଶ ଗାଥା ସ୍ୱକୀର୍ତ୍ତି ବାରତା
ଉତ୍କଳୁ ଭାରତ ଯାଏ
ଗଙ୍ଗା ଗୋଦାବରୀ ଗିରୀ ଶୃଙ୍ଗ ଚିରି
ମହୀ ସାରା ବ୍ୟାପି ଯାଏ
ସୁଯୋଗ୍ୟ ସନ୍ତାନ ପଦ୍ମ ବିଭୂଷଣ
ନାନା ପଦ ବିଭୂଷିତ
ଲେଖନୀ ତୁମର ଚିର ସହଚର
ସର୍ଜନା ତୁମ ଜୀବନ୍ତ
କୋଟି ମନ କିଣି ହେ ଯଶସ୍ବୀ ମୁନି
ଆଜି ହାରିଗଲ ତୁମେ
କାଳ ମାୟା ଫାଶେ ପଡ଼ିଲ ହରଷେ
ଦୁଃଖରେ ରହିଲୁ ଆମେ
ଲିଭିଗଲା ଆଜି ସବୁଗଲା ଭାଜି
ତୁମରି ବିହୁନେ ସବୁ
ପୁର୍ଣିମାର ଚାନ୍ଦ ଅସ୍ତ ହେଲା ଆଜ
ତୁଟାଇ ସମ୍ପର୍କ ସବୁ
କିଏବା ଭରିବ ତୁମ ଶୂନ୍ୟସ୍ଥାନ
ଏ କ୍ଷତି ଅପୂରଣୀୟ
ବିନମ୍ର ହୋଇଣ ଦେଉ ଶ୍ରଦ୍ଧାଞ୍ଜଳି
ଶେଷ ଥର ପାଇଁ ନିଅ
ହେ ବୀର ମନୋଜ ଅଭିମାନ ତେଜ
ଆଉଥରେ ହସି ଆସ
ଅସୁନ୍ଦର ଲାଗେ ତୁମ ବିହୁନରେ
ସାରା ସାହିତ୍ୟ ଆକାଶ l
ବୈଦ୍ୟନାଥ ପଣ୍ଡା
ଅବଦଲ ପୁର, ଯାଜପୁର.
ଦୂରଭାଷ - 9439854199.



0 Comments