ବେଶ ହସୁଚି ବର୍ଷା -ତପନ କୁମାର ସାହୁ




ସାରା ଆକାଶ

ମେଘଛନ୍ନ !!


ତୃଷ୍ଣା ପୂର୍ଣ୍ଣ ମାଟି

ଚାତକ, ମୁଁ, ଜମି ଓ ସେମାନେ ll


ଖଣ୍ଡ ଖଣ୍ଡ ସଦ୍ୟ

ଅଙ୍କୁରିତ ବୀଜର

ଏବେ ମୃତ୍ୟୁ ସନ୍ନିକଟ  ll


ପୁଞ୍ଜିପତି - ମେଘ

କେଉଁଠି ପଶିଛି

ଅଲୋଡ଼ା ଇଲାକାର

ଠିକଣା ବାହାରେ

ଠିକଣାର ଦ୍ୱାହି ଦେଇ ll


ବର୍ଷା -, ରମଣୀୟ

ମୌସୁମୀର ଆର୍ତ୍ତ ଆବାହନ -


ହଳ-ନଙ୍ଗଳ-ଜମି

ମୁଣ୍ଡର ଝାଳ...

ଏବେ ମାଟି ମୁହାଁ  ll


ତଥାପି

ଏତେ ଭାରାକ୍ରାନ୍ତ ବର୍ଷା


ବର୍ଷା  !!

ଭିତରେ ନା ବାହାରେ

ବେଶ ତେଜୁଛି

ପୁଞ୍ଜିପତି ଠିକଣାରେ

ବେଶ ବର୍ଷି ଚାଲିଛି ll


*ତପନ କୁମାର ସାହୁ*

 *କଳାହାଣ୍ଡି*

 *ସମ୍ପାଦକ* - *ଅ ପତ୍ରିକା*

 *ମୋ -7328001575*

 *ଇମେଲ-apatrika02@gmail.com* 


Post a Comment

0 Comments