ତାରା - ପ୍ରିୟଦର୍ଶିନୀ ମହାପାତ୍ର



କୃଷ୍ଣ ନଭେ ସୁଶୋଭିତ ହେ ତାରକାଗଣ,
ହୀରକ ଔଜଲ୍ୟ ସତେ କରିଛ ହରଣ ।
ଦିଶ ଶୁଭ୍ର ପୁଷ୍ପ ସମ,
ଅମ୍ବର ଉଦ୍ୟାନେ ଯେହ୍ନେ ଧବଳ କୁସୁମ ।

ଚନ୍ଦ୍ରମା ଚତୁଃପାର୍ଶ୍ବରେ ରହିଅଛ ଘେରି,
ମୋତି ମୁକୁତା ସମାନ ତୁମ ଶୋଭା ଶିରୀ ।
ଦିଶ କ୍ଷୁଦ୍ର ବିନ୍ଦୁ ପରି,
କିନ୍ତୁ ବିଶାଳ ଆକାର ରହିଅଛ ଧରି ।

ପବିତ୍ର ଜ୍ୟୋତିରେ ତୁମ ଝଲସେ ନୟନ,
ଅସଂଖ୍ୟ ସଂଖ୍ୟାରେ ପୂର୍ଣ୍ଣ କରିଛ ଗଗନ ।
ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି,
ସତେକି ଆକାଶୁ କରୁଅଛ ପୁଷ୍ପବୃଷ୍ଟି ।

ତୁମ ଶୀତଳ କିରଣ ଉଷ୍ମତା ହରଇ,
ନାନା ମଣ୍ଡଳେ ରହିଛ ସୁଶୋଭିତ ହୋଇ ।
ରଜନୀର ଶାଢ଼ୀ ପରେ,
ତୁମ ରୂପ ହୀରାଖଣ୍ଡ ଭ୍ରମ ସୃଷ୍ଟି କରେ ।

ନଭ ଚାନ୍ଦୁଆରେ ତୁମେ ମୁକୁତାର ଝରା,
ଖସିଲେ ତୁମେ ଗଗନୁ ଇଚ୍ଛା ହୁଏ ପୂରା ।
ତୁମ ରୂପ ଦୀପ୍ତିମୟ,
ତୁମ କାନ୍ତି ଦିଏ ଶାନ୍ତି ଅଟଇ ସ୍ୱର୍ଗୀୟ ।

Class-12th
ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଭଞ୍ଜନଗର, ଗଞ୍ଜାମ
ତାରା - ପ୍ରିୟଦର୍ଶିନୀ ମହାପାତ୍ର
 

Post a Comment

0 Comments