କରୋନା ପାଇଁ ଲଢ଼େଇ - ଶମ୍ଭୁ ବିଶି



କରୋନା ପାଇଁ ଲୋକେ ମୁଣ୍ଡ ନୁଆଁଇ
ଟିକା ପାଇଁ ଗଲେ ଡାକ୍ତରଖାନାକୁ ଧାଇଁ
କୋଭିଡ୍ ଟିକାର କେତେ ଯେ ପ୍ରଭାବ
ଟିକା ଖାଇଲା ପରେ ମଧ୍ଯ କରୋନା ହେବ ।।

ସବୁ ବର୍ଗ ସବୁ ଵୟସର ଲୋକଙ୍କୁ
କରୋନା ମହାମାରୀ ହବ
ତେଣୁ ରୋଗ ପ୍ରତିରୋଧ ଶକ୍ତି
ବଢାଇବା ପାଇଁ କୋଭିଡ୍ ଟିକା ନିଶ୍ଚୟ ନେବ ।।

ଶିକ୍ଷା କ୍ଷେତ୍ରରେ କରୋନା ମହାମାରୀ
ସାଜିଛି ଏକ ବାଧା
ହେଲେ ରାଜନୈତିକ ସମାବେଶରେ
ହେଉନି କିଛି ଅସୁବିଧା ।।

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ
କର୍ଫୁ ହେଉଛି ରାତି
ସକାଳ ହେଲା ଲୋକ ବାହାରିଲେ
ବଢି ଉଠୁଛି ତାତି ।।

କରୋନା ପାଇଁ ଲୋକେ କଳବଳ
ଖାଲି ଦେଖାଯାଉଛି ନିୟମ
ନିୟମ ମାନିଲେ କରୋନା ପାଇଁ
ସତର୍କ ହେଲେ ଶିଘ୍ର ଆସିବ ନାହିଁ ଯମ  ।।

ଆଧୁନିକ ଯୁଗର ଭାରତ ବର୍ଷରେ
କେବଳ ଡରାଉଛି କରୋନା
ପ୍ରଗତିଶୀଳ ଭାରତ ବର୍ଷ ହେବା ପାଇଁ
ଆମ ସରକାର କରୁଛନ୍ତି ଯୋଜନା ।।

    
କେସିଙ୍ଗା, କଳାହାଣ୍ଡି ( ଓଡିଶା )
ମୋବାଇଲ ନଂ - 7008515991



Post a Comment

0 Comments