ବନ୍ଦେ ଉତ୍କଳ ମାତା
ବନ୍ଦେ ଉତ୍କଳମାତା ,
ସବୁଜ ସୁନ୍ଦର ଚାରୁ ଶୋଭାମୟୀ
ପୁଣ୍ୟ ତୀର୍ଥମୟୀ ମାତା ।0।
କଳା ସଂସ୍କୃତିରେ ଅଟୁ ତୁ ମହାନ
ଭାଷା ଭିତ୍ତିରେ ତୋହରି ଗଠନ ,
ଏକତ୍ମତାରେ ହିଁ ତୋହରି ଅସ୍ତିତ୍ୱ
ବଞ୍ଚିଛି ଉତ୍କଳୀୟତା ।
ବନ୍ଦେ ଉତ୍କଳମାତା ।1।
ପରାକ୍ରମଶାଳୀ ତୋ' ସନ୍ତାନଗଣ
କେ' ଭୁଲି ପାରିବ ଯେତେ ତାଙ୍କ ଦାନ
ଗଙ୍ଗାଠାରୁ ଗୋଦାବରୀ ତୋ' ବିସ୍ତୃତି
ଧର୍ମର ଆଧାରଭୁତା ।
ବନ୍ଦେ ଉତ୍କଳ ମାତା ।2।
କେତେ ଜ୍ଞାନୀଗୁଣୀ ତୋ'ର ସୁତସୁତା
ବିଶ୍ୱ ଦରବାରେ ଉଚ୍ଚ କଲେ ମଥା ,
ଅମଳିନ ଯଶଃକୀର୍ତ୍ତି ଗଲେ ରଖି
ବଢ଼ାଇ ତୋ' ମହାନତା ।
ବନ୍ଦେ ଉତ୍କଳମାତା ।3।
ବସନ୍ତ କୁମାର ପ୍ରଧାନ
ହରିହରପୁର, ଛେଣ୍ଡିପଦା, ଅନୁଗୋଳ




0 Comments