ଆଜି ବି ରହିଛି ସେଇ ପଥର ମୁର୍ତ୍ତି - ଡ଼ ପ୍ରତୀକ କୁମାର ପାହି


ପଥର ମୁରତି ଅପୂର୍ବ କିରତୀ 
କଳା ମୁଗୁନିର ଛୁଆଁ,
ଖିଜିଙ୍ଗ କୋଟାରେ ବିଶାଳ ମନ୍ଦିରେ 
ଚାମୁଣ୍ଡା ରୂପିଣୀ ମାଆ....
ପୀଠ ଦାନ୍ତୁଆଣି ଗୁପତ ତାରିଣୀ 
ଅଗନା ଅଗନି ବନେ,
କେତେ ଜନଜାତି ଚରଣ ପୂଜନ୍ତି 
ଶିଳାଟିକୁ ମାତୃ ଜ୍ଞାନେ....
ଉଭା ମାଟିଘଟ ଶାଳବଣ ପୀଠ
ଦେବୀ ସେ ତ ରୂପମ୍ବିକା,
ନଡିଆ ପାଣିର ମହିମା ଅପାର 
ଘଟଗ୍ରାମେ ମିଳେ ଦେଖା 

ଯାଜପୁର

Post a Comment

0 Comments