ବଦଳୁଛି ମଣିଷ ଜାତି - ରଞ୍ଜନ କୁମାର ପଣ୍ଡା



ସ୍ୱାଭିମାନି ମଣିଷର ଅଭିମାନ ଭାଙ୍ଗିଛି
ଆତ୍ମଜ୍ଞାନ ସତେ ଅବା ଉଦୟ ତା' ହୋଇଛି ।
ବାହୁବଳ ଧନବଳ ସବୁକିଛି ହଜିଛି
ମଣିଷ ଜୀବନ କ'ଣ ଏବେ ସିଏ ଜାଣୁଛି ।
ରୂପ ଯଉବନ ତାର ପୂର୍ଣାହୁତି ପାଇଛି
ଆତ୍ମ ଗର୍ବ ବଡ଼ପଣ ସବୁ ଆଜି ହଜିଛି ।
ଧନ ସଞ୍ଚୟର ନିଶା ମାଟିରେ ତା' ମିଶିଛି 
ନିଷ୍ଠୁର କୁକର୍ମ ତାର ମନେ ପଡିଯାଉଛି ।
ଦାନବରୁ ମାନବକୁ ପୁଣିଥରେ ଫେରୁଛି
ମାନବ ପାଣିଆ ତା'ର ବିଶ୍ୱ ଆଜି ଦେଖୁଛି ।
କୁଟିଳ ସ୍ଵଭାଵ ତା'ର ଧ୍ୱଂସ ସ୍ତୁପ ସାଜିଛି
ମାଆର ପଣତକାନି ଆଜି ସିଏ ଖୋଜୁଛି ।
ପରକୁ ଆପଣା ଭାବ ମନେ ତା'ର ଜାଗିଛି
ପର ପାଇଁ ସତେ ଅବା ସିଏ ଆଜି ବଞ୍ଚିଛି ।
ସ୍ନେହ ପ୍ରିତି ଶରଧାକୁ ମାଳା କରି ପିନ୍ଧିଛି
ହିଂସା ଇର୍ଷା ମୂଲ୍ୟହୀନ ଆଜି ସିଏ ବୁଝିଛି ।
ଲୋଭ କ୍ଷୁଭ ତା' ମନରୁ ପୋଛି ହୋଇଯାଇଛି
ଦାନ ଧର୍ମ କର୍ମ ପାଇଁ ମନ ତା'ର ବଳିଛି ।
କର୍ମ ହୀନ ମଣିଷକୁ କର୍ମ ଯାଚି ଦେଉଛି
ରୋଗୀଶେଜ ପାଖେବସି ସେବାତା'ର କରୁଛି ।
ଚରିତ୍ରଟି ତା'ର ଆଜି ଶକ୍ତିଶାଳୀ ହୋଇଛି
ଅବଳା ଦୁର୍ବଳା ପ୍ରତି ସ୍ନେହ ଭାବ ଆସିଛି ।
ସଂସ୍କୃତି ଓ ପରମ୍ପରା ପୁଣି ଥରେ ଫେରୁଛି
ସଦାଚାର ଆଚରଣ ମୂଲ୍ୟବାନ ଜାଣୁଛି ।
ମାନବ ସଭ୍ୟତା ଆଜି ଜୀବନକୁ ବୁଝିଛି
ଅଦୃଶ୍ୟ ଶକତି କଥା ଆଜି ସିଏ ହେଜୁଛି ।
ଖାଦ୍ୟପେୟ ବେଶଭୁଷା ବଦଳି ତା' ଯାଇଛି
ସାତ୍ତ୍ଵିକ ଭୋଜନ ପାଇଁ ମନ ପ୍ରାଣ ଦେଉଛି ।
ବିଭୁନାମ ଭଜନରେ ସମର୍ପିତ ହୋଇଛି
ଘରେ ରହି ମନ ତା'ର ବଦଳି କି ଯାଇଛି ।
ଅନ୍ନ ନେଇ ମନ ତା'ର ଶୃଙ୍ଖଳିତ ହୋଇଛି
ପର ପାଇଁ ମନେ ତା'ର ଆଦର ହିଁ ବଢିଛି ।
କଳିକାଳ ଲୋପ ପାଇ ସତ୍ୟ ଯୁଗ ଆସିଛି
ନିଷ୍ଠୁର ସ୍ଵଭାଵ ସତେ ପୃଥିବୀରୁ ହଜିଛି ।
ଲୀଳାମୟ ଜଗନ୍ନାଥ ଲିଳା ତୁମ ଚାଲିଛି
ଜଗନ୍ନାଥ ନାମ ଆଜି ଜଗତ ବି ବୁଝିଛି ।

ରଞ୍ଜନ କୁମାର ପଣ୍ଡା
କୋରାପୁଟ

Post a Comment

0 Comments