ଆଲୋ ରଣଚଣ୍ତି - ଜଗବନ୍ଧୁ ସାହୁ

ଆଲୋ ପୋଡା ମୁହିଁ ଶୁଣୁ ନାହୁଁ କାହିଁ
       କହୁ ଅଛି ହାତ ଯୋଡି
ତୁଛାଟାରେ କାହିଁ ମାରୁ ଅଛୁ ମୋତେ
        କରି ଏତେ ବଡ ରଡି l 

କୁନା ବୋଉ ମୋତେ ଡାକି ଥିଲା ବୋଲି
        ଯାଇଥିଲି ତା ଘରକୁ
ନସର ପଫସର ହେଲି ବୋଲି ଟିକେ
         ମାରୁ ତୋର ମରଦକୁ l 

ପିରତୀ ମଦିରା      ପିଆଇକି ମୋତେ
       କହିଲା ହେଇଟି ଶୁଣ
ତୁମେ ମୋର ରାଜା   ମୁଁ ତୁମର ରାଣୀ
       ହେଲିମେଟ୍ ଗୋଟେ କିଣ l 

ଆରେ ରଇଜଲା      ହେଲୁକି ପାଗଳା
      ବୁଢା କାଳେ ଲୋଡୁ ରାସ
ସଂସାରକୁ ମୋର        ଉଜାଡି ଦେଲୁଣି
        କରି ସବୁ ସର୍ବ ନାଶ

ରୂପରେ ତୁ ଲାଗୁ       ସତେକି ପୁତନା
       ରାଗିଲେ ତୁ ରଣଚଣ୍ତି
ମାରି ମାରି ମୋର  ଦେହ ହାତ ଗୋଡ
       କରି ସାରିଲୁଣି ଖଣ୍ତି l 

ପ୍ରେମ୍ କବି ଜଗବନ୍ଧୁ ସାହୁ 
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

Post a Comment

0 Comments