ଶ୍ରମିକ ଦିବସ - ଜଗବନ୍ଧୁ ସାହୁ

ମୁଣ୍ତର ଝାଳକୁ        ତୁଣ୍ତରେ ମାରି ସେ
       କରି ଚାଲିଛନ୍ତି କାମ
ସାରା ସଂସାରକୁ        ବାଣ୍ଟୁଛନ୍ତି ସୁଖ
        କରି ସିଏ ଶ୍ରମ ଦାନ l

ତାଙ୍କରି ତ୍ଯାଗକୁ  ମନେ ପକେଇକି
       ଆଜି ଏ ଶ୍ରମିକ ଦିବସ
ଢାଳି ଦେବା ସ୍ନେହ   ଶ୍ରଦ୍ଧା ସବୁ ପ୍ରେମ
       ପ୍ରଭୁଙ୍କୁ ମାଗି ଆଶିଷ l 

ଭାରତ ବର୍ଷର         ହେ ଶ୍ରମିକ ଗଣ
         ଘେନ ହେ ଅଭିନନ୍ଦନ
ସାରା ସଂସାରରେ     ରହୁ କୀର୍ତ୍ତି ଯଶ
        ବଢୁ ତୁମ ସ୍ବାଭିମାନ l 

ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579

Post a Comment

0 Comments