ରୌଦ୍ରତାପର ଏ ରାଜକତାରେ
ଜନ ଜୀବନ ହନ୍ତସନ୍ତ
ଶୁଖି ଯାଏ ନଦୀ ଗାଡିଆ ପୋଖରୀ
ଜୀବନଟା ଲାଗେ କ୍ଳାନ୍ତ l
ତାତି ଯାଏ ବାଲି ବହୁଥାଏ ଝାଞ୍ଜି
ଝାଳ ବହେ ଗମ ଗମ
ବାଟୋଇଟି ଲୋଡେ ଗଛ ଛାଇ ଟିକେ
କରିବ ବୋଲି ବିଶ୍ରାମ l
ଗ୍ରୀଷମ ଋତୁର ଦ୍ବିପହର ସମୟ
ଲାଗେ ନିଛାଟିଆ ଭାରି
ଅଂଶୁଘାତ ଭୟେ ପଦାକୁ ନ ଆସି
ଘରେ ରହିଥାନ୍ତି ଡରି l
ଗ୍ରୀଷ୍ମର ପ୍ରଭାବେ ବଣ ପୋଡି ହୁଏ
ପଶୁ ପକ୍ଷୀ ଯାନ୍ତି ମରି
ପ୍ରକୃତି ସୌନ୍ଦର୍ଯ୍ୟ ହୋଇଥାଏ ନଷ୍ଟ
ହେଉଥାଏ ଘର ପୋଡି l
ଗ୍ରୀଷ୍ମ ଋତୁ କୋଳେ ଚାନ୍ଦିନୀ ରାତିରେ
ଆଇ ମା କାହାଣୀ ଶୁଣି
ଶୋଇ ଯାଏ ନାତି ଆଇ ମା କୋଳରେ
ରାଜା ଝିଅ ଗପ ଶୁଣି l
ମଲ୍ଲୀ ଚମ୍ପା ଫୁଲ ବଉଳ ବାସରେ
ମହକଇ ଚଉପାଶ
ପାଚିଲା ଆମ୍ବର ସ୍ବାଦିଷ୍ଟ ରସରେ
ମନ ହୋଇ ଯାଏ ବଶ l
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579



0 Comments