ପାପର କବଳେ କାନ୍ଦେ ଆଜି ଧର୍ମ
ହିଂସା ବଢେ ଚାରି ଆଡେ
ରାଜନୀତିର ଏ କୁଟ ଚକ୍ରାନ୍ତରେ
ନୀରିହ ପ୍ରଜାଟି ସଢେ l
ଦୋଷୀ ଯାଏ ଖସି ନିର୍ଦୋଷୀକୁ ଫାଶୀ
ଚାଲେ ଆଜି ଏହି ନୀତି
ଅପରାଧ ନୁହେଁ ବୋଲି ଯେ କୁହନ୍ତି
ଏଠି ପରକୀଆ ପ୍ରୀତି l
ପାପୀ ଆଜି ତାର ସବୁ ସୀମା ଡେଇଁ
କରିଚାଲେ ଅତ୍ଯାଚାର
ତାହାରି ପାଇଁକି ଚାରି ଆଡେ ଆଜି
ଶୁଭୁ ଅଛି ହାହାକାର l
ଧରମ ନାମରେ ଭଣ୍ତ ବାବା ଆଜି
ଲୋଡନ୍ତି ଯୁବତୀ ପ୍ରୀତି
ଦେଖି ଅତ୍ଯାଚାର ଘୁରେ ମଥା ମୋର
ଧନ୍ୟ କଳିକାଳ ରୀତି l
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ
ଦୂରଭାଷା ‐ 8780042579



0 Comments