ଗୁରୁ ପୂର୍ଣ୍ଣିମା - ଜନ୍ମଜୟ ନାୟକ


ଗରୁ ପଦରଜ କରେ ପାପ ନାଶ, 
ମୁକତିର ବୀଜ  ଗୁରୁଙ୍କ  ଆଶିଷ ।
ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା, 
କରିଣ ମିଳଇ ତାଙ୍କ କୃପା ସିନା। 
ଅମା ଅନ୍ଧକାରେ ଆଲୋକର ଶିଖା, 
ସାଜିଣ  ଗୁରୁ  ଦିଅନ୍ତି ଶିକ୍ଷା ଦୀକ୍ଷା ।
ଗୁରୁ   ପରଂବ୍ରହ୍ମ  ସାକ୍ଷାତ ଈଶ୍ୱର ,
ମୂର୍ଖ ଜ୍ଞାନୀ  ସାଜେ ପାଇ ତାଙ୍କ ବର ।
 ପ୍ରଥମ ଗୁରୁ ଅଟନ୍ତି ପିତାମାତା,
ଚରିତ୍ର ଗଢନ୍ତି ସାଜିଣ ବିଧାତା। 
ବିଦ୍ୟା ମନ୍ଦିରେ  ଗୁରୁଙ୍କ ବିଦ୍ୟାଦାନ, 
କରଇ ଆମର ଜୀବନ ଗଠନ। 
ଗୁରୁ ପାଦପଦ୍ମେ ହଜାରେ ନମନ, 
ତାଙ୍କୁ ପ୍ରଣମି ମୁଁ  କରଇ ଜଣାଣ। 
ସୁଝି ପାରିବିନି କେବେ ତାଙ୍କ ଋଣ, 
ତାଙ୍କ ପାଇଁ  ଆଜି ପାଉଛି ସମ୍ମାନ  ।

ଜନ୍ମଜୟ ନାୟକ
ଚିଲିକା ନୋଡାଲ ହାଇସ୍କୁଲ 
ପୁରୀ, ମୋ - ୯୩୩୭୮୦୦୫୬୫

Post a Comment

0 Comments