ନୀଳ ସାଗରର ଗଭୀରତା - ସୁନୟନା ଓଝା


ରାତିର ଅନ୍ଧାର କିଏ ବା ନାସିଚି  
ମୁଁ ଅନ୍ଧାର କୁ ଭଲ ପାଇଛି 
କାଲିର ସକାଳ କିଏ ବା ଦେଖିଛି 
ଆଜି ପାଇଁ ମୁଁ ବଞ୍ଚୁଛି  ||

ମନ ଅଗଣାରେ ଗଢ଼ିଥିବା ଘର 
ନିଇତି ସେ ଆସି ଭାଙ୍ଗୁଛି 
ଆସି ଚାଲି ଯାଏ କ୍ଷଣିକ ମୋହ ସେ 
ଆଜିବି ମୁଁ ତାକୁ ଝୁରୁଛି ||

ସମୟ ସୁଅର ଶୀତଳ ଛୁଆଁରେ 
ହଜି ହଜି ସିଏ ଯାଉଛି 
ଆଜିର ସକାଳ କାଲିକି ଅତୀତ 
ଅତୀତ କି ଫେରି ଆସୁଛି  ||

ପ୍ରେମର ପରଶେ କୂଳକୁ ଛୁଏଁ ସେ 
ନିତି ଆସି ଫେରି ଯାଉଛି 
ନୀଳ ସାଗରର ଗଭୀରତା କେତେ 
କିଏ ଅବା ତାକୁ ମାପିଛି  ||

ସୁନୟନା ଓଝା 
ଗ୍ରାମ -ତରିମୂଳ 
ଜିଲ୍ଲା -କେନ୍ଦୁଝର

Post a Comment

0 Comments