କିଛି ନାହିଁ - କାହ୍ନୁ ଚରଣ ସାହୁ



ନା ଦେବାକୁ କିଛି ଅଛି 
ନା ଦେଇପାରିବି କିଛି
ଯାହା ଦେବାକୁ ଚାହିଁଲି
ସେତକ ବି ନେଲେନି କେହି 

ଇଚ୍ଛା ବି ହେଉନି 
କାହାକୁ ଦେବାକୁ ଏ ମନ, 
ଏ ଦରମଲା ପ୍ରାଣ
କାହାକୁ ନିତି ଖୋଜୁଥିବା ଏ ହୃଦୟ !

ବୁଣିବାକୁ ଚାହିଁଥିଲି
ମୁଠାଏ ପ୍ରେମ କାହା ହୃଦୟରେ
ବୁଣିବାର ତ ସାମର୍ଥ୍ୟ ନାହିଁ
ତଥାପି ଚେଷ୍ଟା କରିଥିଲା 
ପ୍ରେମସିକ୍ତ ହୃଦୟଟିଏ !

କେଉଁଠି ଥିଲା କେ ଜାଣି
ଅଦିନିଆ ମେଘ ଆସିଲା
ଠିକ ସେତିକି ବେଳେ
ଭିଜେଇ ଦେଲା ସବୁ ପ୍ରେମ
ଯେତେକ ଥିଲା ହୃଦୟରେ 
ଏବେ ସବୁ ଅଛି ହେଲେ କିଛି ନାହିଁ
ସବୁ ଦେଖି ତୁନି ରୁହେ 
ବେଳେବେଳେ କହିଦିଏ ହେଲେ
ମନାକରେ ଅମାନିଆ ଆଖିଲୁହ !!


କାହ୍ନୁଚରଣ  ସାହୁ 
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି

Post a Comment

0 Comments