ଗ୍ରୀଷ୍ମ କଷଣ - ନନ୍ଦିନୀ ରାଉତ




ଗ୍ରୀଷମ କାଳ ହେଲା ବଡ଼ ବିଷମ
ତପତ କରେ ଧରା ସମନ ସମ...
ରୁଦ୍ର ମୂରତି ଧରି ଆସେ ତପନ
ଜାଳେ ଏ ଧରିତ୍ରୀ କୁ ଅନଳ ସମ..
ଶୁଖିଛି ଦାରୁ ଦ୍ରୁମ ନାହିଁ ଅନିଳ
ଜୀବ ଜଗତ ସର୍ବେ ବଡ଼ ବିକଳ...
ଦୁର୍ବାସା କୋପ ସମ ହୋଇ ସୁରୁଜ
ପ୍ରାଣୀ ଜଗତ କରେ କେତେ ଦହିର୍ଯ୍ୟ...
କୋପାନଳ ରେ ସତେ ଜାଳୁଛି ମହୀ
ଧରିତ୍ରୀ ମାତା ଡାକେ ଦିଅ ହେ ତ୍ରାହି..
ଶୁଭୁନି କୋଳାହଳ ଦିବା କାଳରେ
ଲୁଚି ରହନ୍ତି ସର୍ବେ ସୂର୍ଯ୍ୟ ତେଜରେ..
ଜଳ ବିହୁନେ ଜୀବେ ଛାଡ଼ନ୍ତି ରଡି
ବିଧିର ବିଧାନ କେ ପାରୁଛି ଛାଡି..
ପାଦରେ ପଡି ତୁମ କରେ ଗୁହାରି
ଦୟାକରି ଦୁଃଖ କୁ ନିଅ ହେ ହରି..
ବର୍ଷା କରାଇ ସର୍ବେ ଦିଅ ଜୀବନ
ବ୍ୟାକୁଳ ଅନ୍ତରେ ଡାକେ ହେ ଭଗବାନ

ନନ୍ଦିନୀ ରାଉତ
ବାଲିପଟ୍ଟା , ଅନୁଗୋଳ

Post a Comment

0 Comments