ଶୁଣ ଶୁଣ ପ୍ରଭୁ ଆହେ କୃପାସିନ୍ଧୁ
ଦୀନବନ୍ଧୁ ଦଇତାରୀ
ଅଭାବୀ ସଂସାରେ ଅଭାବ ଲାଗିଛି
ତଥାପି ଶୁଣ ଗୁହାରୀ ।
ଭକ୍ତିରେ ଡାକୁଛି ଶକ୍ତି ଦିଅ ପ୍ରଭୁ
ଜଗତ କଲ୍ୟାଣ ପାଇଁ
ନ ଶୁଣିବ ଯଦି ଗୁହାରୀ ମୋହର
ତେଜିବି ପ୍ରାଣକୁ ସାଇଁ ।
ଦଦରା ନାବରେ ପାରିହେଉ ଅଛି
ଭରସା ତୋ ଠାରେ ଥୋଇ
ତୁମେ ମୋ ବିଶ୍ୱାସ ତୁମେ ମୋ ନିଶ୍ୱାସ
ରହିଛି ଭରସା ପାଇ ।
ଘେନ ମୋ ମିନତି ହେ କଳାସାଆନ୍ତ
ବଞ୍ଚିଛି ତୁମକୁ ଚାହିଁ
ତୁମେ ନ ରଖିଲେ ବୁଡି ଯିବି ମୁହିଁ
ଆଉ କିଛି ଲୋଡ଼ା ନାହିଁ ।
ରଞ୍ଜନ କୁମାର ପଣ୍ଡା



0 Comments