ସକାଳ ଜଣାଣ - ଗୋଦାବରୀଶ ଦାସ

        
ସଂସାର ଉଛୁଳା ନଈ
ଖରସ୍ରୋତେ ଯାଏ ବହି         
ଜୀବନଟା ମୋର, ଶୁଖିଲା ପତର
ଭାସେ ବେସାହାରା ହୋଇ
ଭାସେ ବେସାହାରା ହୋଇ।,,,,,,,
ସଂସାର ନଈଟା ଖାଲ
କରୁଥାଇ କଲବଲ,
ପାଉନାହିଁ କୂଳ ,ପାଉନାହିଁ ଥଳ
ସାହା ସେ ଜଗତ ସାଇଁ,
ସଂସାର ଉଛୁଳା ନଈ,,,,,,,,
କାଳର କଳା ଭଉଁରୀ
ଖେଳୁଅଛି ଘିରିଘିରି,
ଘୋର ଗରଜନ କରି ଡାକୁଅଛି
ବିଲୀନ କରିବା ପାଇଁ
ସଂସାର ଉଛୁଳା ନଈ,,,,,,,,,
ନାବରେ କଳା ନାଉରୀ
କରିବେ ନଈରୁ ପାରି
ତାଙ୍କ ପାଦତଳେ  ମନ ଢାଳିଦେଲେ
ଅଛନ୍ତି ଉଦ୍ଧାର ପାଇଁ,
ସିଏ ମୋର ପ୍ରାଣ ସାଇଁ
ସଂସାର ଉଛୁଳା ନଈ,,,,,,,

ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼

Post a Comment

0 Comments