ମିନତି ଘେନ(୧୧୧) - ରଞ୍ଜନ କୁମାର ପଣ୍ଡା


ଶୁଣ ଶୁଣ ପ୍ରଭୁ         ଆହେ କୃପାସିନ୍ଧୁ
        ଦୀନବନ୍ଧୁ ଦଇତାରୀ
ଅଭାବୀ ସଂସାରେ      ଅଭାବ ଲାଗିଛି
         ତଥାପି ଶୁଣ ଗୁହାରୀ ।
 ଭକ୍ତିରେ ଡାକୁଛି        ଶକ୍ତି ଦିଅ ପ୍ରଭୁ
          ଜଗତ କଲ୍ୟାଣ ପାଇଁ
ନ ଶୁଣିବ ଯଦି            ଗୁହାରୀ ମୋହର
          ତେଜିବି ପ୍ରାଣକୁ ସାଇଁ ।
ଦଦରା ନାବରେ        ପାରିହେଉ ଅଛି
         ଭରସା ତୋ ଠାରେ ଥୋଇ
ତୁମେ ମୋ ବିଶ୍ୱାସ      ତୁମେ ମୋ ନିଶ୍ୱାସ
            ରହିଛି ଭରସା ପାଇ ।
ଘେନ ମୋ ମିନତି        ହେ କଳାସାଆନ୍ତ
            ବଞ୍ଚିଛି ତୁମକୁ ଚାହିଁ
ତୁମେ ନ ରଖିଲେ          ବୁଡି ଯିବି ମୁହିଁ
           ଆଉ କିଛି ଲୋଡ଼ା ନାହିଁ ।


                     ରଞ୍ଜନ କୁମାର ପଣ୍ଡା

Post a Comment

0 Comments