ରଙ୍ଗ ରସିଆ - ବାସନ୍ତୀ ଲତା ଜେନା



ରଙ୍ଗ ରସିଆ ତୁ ଆହେ ବଂଶୀ ଧାରୀ
      ରାଧିକା ପ୍ରାଣ ବଲ୍ଲଵୀ 
ମନ କୁଞ୍ଜବନେ ପ୍ରୀତିର ଝରଣା
       ତୋ ପ୍ରେମେ ବୁଡି ରହିବି   l୧l

ତୋର ବଂଶୀ ସ୍ଵନ ମୋ ହୃଦେ କମ୍ପନ
ରହି ପରେ ନାହିଁ ଘରେ
ମନ ବିଚଳିତ ଅସ୍ଥିର ପରାଣ
ଲୁଚି ଛପି ଯାଏ ତୋରେ         l୨l

ତୋର ପାଇଁ ନିନ୍ଦା ଗୋପରେ ବାଜୁଛି
ହୋଇଲି ମୁଁ କଳଙ୍କିନୀ
ଗୋପ ଗୋପାଳୁଣୀ ଟୁପୁରୁ ଟାପୁରୁ
ଚକ୍ଷୁରୁ ଝରୁଛି ପାଣି          l୩l

ଶାଶୁ ନଣନ୍ଦ ମୋ ଜଗି ରହିଛନ୍ତି
ନ ବଜା ଆଉ ତୁ ବଂଶୀ
ବଂଶୀ ସ୍ଵନ ଶୁଣି ଅଧୀର ହୁଏ ମୁଁ
ଦୂରହୋଇ ଯାଏ ଖୁସି          l୪l

କେଳି କୁଞ୍ଜବନ ଯିବି ନାହିଁ ଆଉ
ନ ଯିବି ଯମୁନା ଘାଟ
ନିନ୍ଦlରେ ମୋ ମଥା ତଳକୁ ହେଉଛି
ପିନ୍ଧିବିନି ଆଉ ପାଟ          l୫l

ହଟହଟା ଆଉ କର ନାହିଁ କାହ୍ନl
ତୁମପରେ ରାଗି ଅଛି
ମୋ ପ୍ରେମର ରାଣ ବଂଶୀକୁ ଦେଉଛି
ଭୁଲି ଯାଅ କହୁଅଛି             l୬l

ସ୍ୱାମୀ ଜଗି ଅଛି ଦୁଆର ବନ୍ଧରେ
କଟୁ କଥା କହୁ ଅଛି
ଆଜି ଠାରୁ ଆଉ ଦେଖା  ନ କରିବି
ଅମା ରାତି ଘୋଟି ଅଛି        l୭l

 ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments