ସିଂହଡ଼ା ନଦୀର କୂଳେ ବସିଛନ୍ତି ତାଳଚେର ଠାରେ ମାତା - ଡ଼ ପ୍ରତୀକ କୁମାର ପାହି


ସିଂହଡ଼ା ନଦୀର ତଟେ ତାଳଚେର ଧାମ,
କୋଇଲା ମାଟିରେ ଆଦିମାତା ନମୋନମ..
ଗୋପାଳପ୍ରସାଦ ଗ୍ରାମେ ବିଜେ ହେଲୁ ତୁହି,
ଶ୍ରୀକ୍ଷେତ୍ର ଅନ୍ନ ରାନ୍ଧୁଣି ଦେବୀ ମହାମାୟୀ....
ଚଇତି ପୁନେଇଁ ଦିନ ଅଗ୍ନୀ ରୂପେ ଉଭା,
ଦର୍ଶନ କରନ୍ତି ସର୍ବେ ତେଜୋଦୀପ୍ତ ଆଭା..
ହିଙ୍ଗୁଳା ଯାତରା ପାଇଁ ପୀଠ ହୁଏ ଭିଡ଼,
କନ୍ଦ ଝୋଟ ଘିଅ ମହୁ ଭକ୍ତ ଆଣେ ଗୁଡ....
ନୂଆଖିଆ ପାଇଁ ଖୋଜା ଆମ୍ବ ଓ ମହୁଲ,
ଶୃଙ୍ଗାର ବେଶରେ ତୋର ଅଅଁଳେଇ ଫୁଲ..
ବଡ଼ ମଣ୍ଡପରେ ଆହା ଦିଶୁ ଜକଜକ,
ସେବାରେ ଖଟନ୍ତି ପୁଣି ଛତିଶି ପାଟକ....
ନାନା ଢଙ୍ଗେ ହଲୁଥାଏ ତୋ ଛତି ଚାମର,
ପାଇକ ଡାକରେ ଝୁମେ ସମଗ୍ର ନଗର..
ତାଳଚେର ରାଜା ତତେ କଲେ ଅବିଶ୍ୱାସ,
ପାଣିରେ ଲାଗିଲା ନିଆଁ ଶଙ୍କା ହେଲା ଶେଷ l

ଡ଼ ପ୍ରତୀକ କୁମାର ପାହି 
ଯାଜପୁର 

Post a Comment

0 Comments