ଦିବ୍ୟଶ୍ରୀ ମନୋଜ - ଗୋଦାବରୀଶ ଦାସ


ମନ ଗହନରୁ          ଉକୁଟି ଉଠିଛି
       କିଏ ସେହି ସାଧୁଲୋକ,
ସାରସ୍ଵତ ଋଷି       ଯାହାଙ୍କ ପାଇଁକି
       ଅଟକିଛି ଭାଷା ଚକ ।୧।

କିଏ ସେହି ବ୍ୟକ୍ତି    ଯାର ଅଭିବ୍ୟକ୍ତି
         କରିଥିଲା ଜାଦୁମନ୍ତ୍ର
ଯାହାର ପାଇଁକି      ମଧୁର ଗାୟକ
          ହରାଇଛି ବାକତନ୍ତ୍ର   ।୨।

ପ୍ରବଚ଼କ ଟିଏ      ବାକଶୁନ୍ୟ ହୋଇ
        ଚାହିଁଅଛି ଶୁନ୍ୟ ହୋଇ
ଶ୍ରୋତାମଣ୍ଡଳୀର     ନିରବତା ଛାଇ
     ଘେରିଛି କୋକୁଆ ହୋଇ ।୩।

ସ୍ଥିରଚିତ୍ର ଦେଖି      ଅସ୍ତବ୍ୟସ୍ତ ଆଖି
        ପଚାରିଲା ସମୟକୁ
କାହିଁକି ସମୟ         ଏପରି ନିର୍ଦୟ 
     ହୋଇଲ ଆମ ବେଳକୁ।୪।

ଆଉ ଦଣ୍ଡେ ଘଡି     ରହି ପାରିଲନି
        ନେଇ ଗଲ ତାଙ୍କୁ ତୁମେ
ବିଧି ବାମ କଲ      ଅସ୍ଥା ହରାଇଲ
        ସମୟ ଯାଅନା ବାମେ ।୫ ।

ସମୟ କହିଲା     ବେଳ ସରିଥିଲା
      ବାଣୀପୁତ୍ର  ମନୋଜଙ୍କ
ଯୁଗ ପୁରୁଷଙ୍କ     ବିଧିର ନିର୍ଦ୍ଦେଶ
     ବିହି କଥା ବାରେ ବୁଝ । ୬ ।

ସ୍ଵର୍ଗଧାମ ଯାତ୍ରୀ    ସ୍ଵର୍ଗରେ ବିହାରୀ
      ସ୍ଵର୍ଗରେ ସ୍ଥାନ ତାଙ୍କର
ତାଙ୍କ କର୍ମ ଯୋଗୁ   ଇତିହାସେ ଥିବ
      ନାମ ଦାସ ମନୋଜଙ୍କର ।୭।
 

ବାଷଠୀ, ବାସୁଦେବପୁର
ଭଦ୍ରକ, ଓଡ଼ିଶା
ଶିଖାପାଲ୍ଲି, ମାଲକାନଗିରି
ଫୋନ:-୭୬୮୩୯୨୦୨୨୧

Post a Comment

0 Comments