ମନ ପାଇଁ ମନଟିଏ ଖୋଜୁଥାଏ ...
ପ୍ରେମ ଓ ପ୍ରତାରଣା ପରେ ମଧ୍ୟ ମନ ତାକୁ ନ ପାଏ ...।।
ମନର କଥା ସେହି ମନକୁ ହିଁ ବୁଝିବାକୁ ହୁଏ...
ଯାହାର ମନରେ ନିସ୍ବାର୍ଥପର ଭଲ ପାଇବା ଥାଏ...।।
ଏହି ଅମାନିଆ ମନର କେତେ ଯେ ସ୍ବପ୍ନ...
କାଳେ ସତ ହେବ ବୋଲି ଭାବୁଥାଏ ରାତିଦିନ...।।
ମନକୁ ମନ ପାଇଲା ପରି ମଣିଷ ଟିଏ ଅଛି...
ହେଲେ କାହିଁ କେଜାଣି ମନ ତାକୁ ହିଁ ଭଲ ପାଉଛି...।।
ବେଳେବେଳେ ଲକ୍ଷ୍ୟ ପାଇଁ ମନ ପାଗଳ ହୋଇଥାଏ...
ତ କେତେବେଳେ ଇଶ୍ବରଙ୍କୁ ସ୍ମରଣ କରି ମୋକ୍ଷ ପାଇଥାଏ..।।
ଶମ୍ଭୁ ବିଶି
କେସିଙ୍ଗା ,କଳାହାଣ୍ଡି ( ଓଡିଶା )
ମୋବାଇଲ ନଂ - 7008515991



0 Comments