କହିବେ ପ୍ରେମର ସଂଜ୍ଞାକୁ ବୁଝାଇ
କବି ଶ୍ରୀ ଅମର୍ ନାଥ
କାହାକୁ କହନ୍ତି ସୁବାସିତ ପ୍ରେମ
କେମିତିକା ତା'ର ପଥ ।
ପ୍ରେମ ବୋଲି ଯେଉଁ ଅଢ଼େଇ ଅକ୍ଷର
ରହିଛି ସଂସାରେ ସାର
କରିଥିଲେ ପ୍ରେମ ରାଧା କୃଷ୍ଣ ପାଦେ
ଦେଇ ମନ ଚିତ୍ତ ଧିର ।
ତ୍ରେତୟାରେ ରାମ ଚନ୍ଦ୍ର କରିଥିଲେ
ସୀତା ସୁନ୍ଦରୀଙ୍କ ସଙ୍ଗେ
ଅଶୋକ ବନର ବାଟିକା ମଧ୍ୟରେ
ବସି ବଟ ମୂଳ ଅଙ୍ଗେ ।
ନାରାୟଣଙ୍କର ପାଦ ଦ୍ବୟ ଧରି
ଲକ୍ଷ୍ମୀ ଠାକୁରାଣୀ ମାଏ
ସାଜନ୍ତି ପ୍ରେମିକା ଯୁଗଳ ମୂରତୀ
ଅନନ୍ତ ଆସନ ମୟେ ।
କରୁଥିଲା ପ୍ରେମ ଶ୍ରବଣ କୁମାର
ଭକ୍ତି ଭାବ ପସରାରେ
ନିଜ କାନ୍ଧେ ବହି ପିତା ମାତା ଭାର
ଚାଲୁଥାଏ ବହୁ ଦୂରେ ।
କଳିଯୁଗ ପ୍ରେମ କିଶୋର କିଶୋରୀ
କରୁଛନ୍ତି କୋଳାହଳେ
ଦେଖନ୍ତିନି ସ୍ଥାନ କାଳ ପାତ୍ର ସିଏ
ଲାଗିଯାନ୍ତି ଦୁହେଁ ଗଳେ ।
ପ୍ରେମ ମାନେ ନୁହଁ ପ୍ରେମିକା ପ୍ରେମିକ
ହୋଇ ଯେ ପ୍ରେମ କରିବା
ପିତା ମାତା ଗୁରୁ ସଖା ସହଚର
ସଭିଙ୍କୁ ଭଲ ପାଇବା ।
ପୁଣି ସୁବାସିତ ହୋଇ ମହକିବ
କହିବେ ଦୁନିଆ ଯାକ
ପ୍ରେମ ବନ୍ଧନରେ ବାନ୍ଧି ଦେଉଥିଲା
ଅଭୁଲା ପ୍ରେମିକ ଏକ ।
ଅମରନାଥ ବାରିକ୍
ଯାଜପୁର, ମଙ୍ଗଳପୁର, କୟାଁ
ଓଡ଼ିଶା - ୭୫୫୦୧୧
ମୋ : ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)



0 Comments