ବାଳୁତ କାଳରୁ ସପନ ଦେଖିବା - ସୁରେନ୍ଦ୍ର କୁମାର ମହାନ୍ତି


ବାଳୁତ କାଳରୁ ସପନ ଦେଖିବା
ନାଗରିକ ଦିନେ ହେବା
କାଉ ରାଵ ଦେଲେ ସକାଳ ହୋଇବ
ବିଛଣା ଛାଡି ଉଠିବା ।1।
ସକାଳର ବୁଲା ଦେହ ପାଇଁ ହିତ
କିଛି ବାଟ ବୁଲିଯିବା
ନିତ୍ୟକର୍ମ ସାରି ଜଳଖିଆ ଖାଇ
ପଢ଼ାରେ ମନଟି ଦେବା ।2।
ହେଳା କରିବାନି ସମୟକୁ ଜଗି
ବିଦ୍ୟାଳୟ ନିତିଯିବା
ସଫା ସୁତୁରାତ ଦେହ ପାଇଁ ହୀତ
ନଜର ଟିକିଏ ଦେବା ।3।
ଗୁରୁ ଗୁରୁଜନ କଥା ମାନୁଥିବା
ହୀତ ବାଣୀ ଶୁଣୁଥିବା
ପାଠ ବେଳେ ପାଠ ଖେଳ ବେଳେ ଖେଳ
ଏକଥା ମନେ ରଖିବା ।4।
ପିତା ମାତା ପରି ଦୁଃଖୀ ରଙ୍କୀ ସେବା
ବାଳୁତ କାଳୁ କରିବା
ଦେଶ ଜାତି ହୀତେ ଭଲକାମ କରି
ଜଗତେ ଯଶ ରଖିବା ।5।
ନିଜ ବୁଦ୍ଧିବଳେ ବିବେକ ଖଟାଇ
ନିଜକୁ ନିଜେ ଗଢିବା
ସୁନାଗରିକରେ ଏଦେଶ ହିତରେ
ମନକୁ ମନେଇ ଦେବା ।6।

ଜିତିପୁର,ହରିପୁର ହାଟ, ଯାଜପୁର 
ମୋ ନଂ୯୪୩୯୭୦୭୨୬୯ 

Post a Comment

0 Comments