ରାକ୍ଷୀ ରେ ତୁ ରହିଲୁ ସାକ୍ଷୀ - ସଙ୍ଘ ମିତ୍ରା କବି



ଗୋଟିଏ ବୃକ୍ଷର ଦୁଇ ମଞ୍ଜିଆମେ
                   ଏକଗୁଣ ଦୁଇତନୁ !
ଗୋଟିଏ ମାଆର ଦୁଇଟି ସନ୍ତାନ
              ଜଣେକାନୁ ଜଣେରାନୁ !!

ପ୍ରତିବର୍ଷ ଆସୁ ଏରାକ୍ଷୀ ପୁର୍ଣିମା
               ବନ୍ଧୁଥାଏ ମୁହିଁ ରାକ୍ଷୀ !
ଧନଦଉଲତ ଲୋଡ଼ାନାହିଁ ମୋର
            ଲୋଡ଼ାଖାଲି ତୋରଖୁସି !!

ମାନ ଅଭିମାନ ଲାଗିରହିଥାଏ
        ଲାଗିରହେ କେତେ କଳି !
ସବୁକୁ ପାସୋରି ରାକ୍ଷୀ ବାନ୍ଧିବୁଲୋ
           କରୁଛି ତୋପାଖେ ଅଳି !!

ପବନର ଦିଗ ବଦଳେ ଯେପରି
               ସମୟ ମଧ୍ୟ ସେପରି !
ମୋ ହାତରୁ ରାକ୍ଷୀ ମାନା କରିବୁନି
           ଯୋଉଠି ଥାଏ ଯେମିତି !!

ମାଆ ଗର୍ଭୁ ସିନା ଅଲଗା ହୋଇଛେ
                ନସରୁ  ସ୍ନେହଁର  ସୁଅ !
ରାକ୍ଷୀରେ ରାକ୍ଷୀ ତୁ ରହିଲୁ ସାକ୍ଷୀରେ
                ସମ୍ପର୍କର  ସୁତା କ୍ଷିଅ !!


ସଂଘମିତ୍ରା କବି
କଟିକଟା , ଦଶରଥପୁର , ଯାଜପୁର

Post a Comment

0 Comments