ସୁନା ସୂତାଖିଅ - ସସ୍ମିତା ପଧାନ



ରାକ୍ଷୀ ବାନ୍ଧିବି ମୋ
ଭାଇ ହାତରେ
ସ୍ନେହ ପ୍ରୀତି ଭରା
ଭାବ ଡୋରିରେ ।।
 
ମାଗିବି ନାହିଁ ମୁଁ
ରାକ୍ଷୀ ପାଉଣା
ଭାଇ ମୋ ଅଟନ୍ତି
କାଳିଆ ସୁନା ।।
ଲୋଡ଼ା ନାହିଁ ମୋର
ସୁନା କି ରୂପା
ମୋ ଭାଇ ହୁଅନ୍ତୁ
ଜଗତଜିତା ।।
ଭାଇଙ୍କ ମଙ୍ଗଳ
କାମନା ମୋର
ସଦାବେଳେ ଡାକେ
ଶ୍ରୀରଙ୍ଗାଧର ।।
 
ଭାଇଙ୍କୁ ରଖନ୍ତୁ
ଘଣ୍ଟ ଘୋଡେ଼ଇ
ପ୍ରଭୁ ପାଦ ତଳେ
ପ୍ରାର୍ଥନା ଏହି ।।
ଆଖିରୁ ଟିକେ ମୋ
ଝରିଲେ ଲୁହ
ଭାଇଙ୍କ ଛାତିରେ
ଉଠଇ କୋହ ।।
ମିଠା କଥା କହି
ବୁଝେଇ ଦ୍ୟନ୍ତି
କୋଳ କରି ମୋତେ
ଗେହ୍ଲା କରନ୍ତି ।।
ଝୁଣ୍ଟି ପଡେନା ମୁଁ
ଚଲା ପଥରେ
ମୋ ଭାଇ ସର୍ବଦା
ମୋ ସାଥିରେ ।।
ପବିତ୍ର ଆମର
ସ୍ନେହ ବନ୍ଧନ
ଗେହ୍ଲି ଭଉଣୀ ମୁଁ
ଭାଇଙ୍କ ପ୍ରାଣ ।।
ସବୁଠୁ ଭଲ ମୋ
ଭାଇଙ୍କ ହସ
ହୀରା, ନୀଳା ,ମୋତି
ଲାଗଇ ତୁଚ୍ଛ ।।
ଚୁନା ଚୁନା ଫୁଲ
ପଡଇ ଝରି
କେହି ହେବେ ନାହିଁ
ମୋ ଭାଇ ପରି ।।
ରାକ୍ଷୀ ନୁହେଁ ଏ ମୋ
ରକ୍ଷା କବଚ
ଭଉଣୀ ସୁରକ୍ଷା
ଭାଇ ଦାୟିତ୍ୱ ।।
"ସୁନା ସୂତାଖିଅ"
 ରେଶମୀ ଡୋର
ସମ୍ଫର୍କ ଆମ ଏ
ଯୁଗ ଯୁଗର ।।

ସସ୍ମିତା ପଧାନ
ରାଜନଗର, କେନ୍ଦ୍ରାପଡା

Post a Comment

0 Comments