ଭାରତ ମାତା - ମମତାରାଣୀ ଶତପଥୀ



ଭାରତ ଆମ ମାଆ 
ରଙ୍ଗ ରଙ୍ଗିଆ ଦେହଟି ତା'ର
କି ସୁନ୍ଦର ଆହାଃ...! 

ହିମାଳୟ ଯାର ଶିର ରେ ଶୋହେ
ସାଗର ଯାହାର ଚରଣ ଧୁଏ
ଗଙ୍ଗା ଯାହାର ବୁକୁ ରେ ବହେ
ସେହି ଭାରତ ଆାମ ମାଆ । 
ସେହି ଭାରତ ଆମ ମାଆ।

ଯାହାର ଶାକ ତଣ୍ଡୁଳେ ଆମ ଶରୀର ଗଢା
ଯାହାର ପାଣି ପବନ ଆମ ପ୍ରଶ୍ବାସେ ଲୋଡା
ସେହି ଭାରତ ଆମ ମାଆ। 
ସେହି ଭାରତ ଆମ ମାଆ।

ତା'ର ଉପକୂଳ କି ମନୋହର....
ଶୋଭା ର ଖଣି ଯାହା ...
ଶେଷ ଜୀବନ ଥିବା ଯାଏଁ 
ରଖିବା ତା'ର ନାଆଁ ।
ଭାରତ ଆମ ମାଆ ।
ସେହି ଭାରତ ଆମ ମାଆ।

ଯା କୋଳରେ ଜାତ କେତେ ସୁର ବୀର
ନିଜ ଜୀବନକୁ ମଣି ପାଣିର ଗାର
ମାତୃଭୂମି ପାଇଁ କରିଲେ ପଣ 
ବଳିଦେଲେ ନିଜ ପ୍ରାଣ।

ଫିରିଙ୍ଗି ହାତରୁ ସ୍ବାଧୀନତା ଆଣିଲେ ଛଡେଇ
କର ବା ମର ନୀତି ଆପଣେଇ
ବହୁକଷ୍ଟେ ଲବ୍ଧ ଆମ ସ୍ବାଧୀନତା
ତାର ମର୍ଯ୍ୟଦା ଗୌରବ ରକ୍ଷା ଆମ ଜାତୀୟତା।

ଜାଗ ଜାଗ ହିନ୍ଦୁ,ଖ୍ରୀଷ୍ଟ ଜାଗ ମୁସଲମାନ
ସଭିଏଁ ଆମେ ଏକ ହୋଇ 
ରଖିବା ଦେଶର ମାନ ।
ଦେଶ ସେବାରେ ବ୍ରତୀ ହୋଇବା
ଗାଇବା ଜାତୀୟ ସଙ୍ଗୀତ
ଜାତି ଧର୍ମ ଭେଦ ଭୁଲି
ହୋଇବା ସଭିଏଁ ମିତ ।
ଭାରତ ମୋ ଭାରତ..

ଆମକୁ ଦେଖି ଶତ୍ରୃ ହେବ ଭୟଭୀତ
ଦେଖାଇ ଦେବା ଆମେ ଆମ ବୀରତ୍ବ।
ସେ ମାଆ ର ସୁରକ୍ଷା ପାଇଁ ଆସ କରିବା ଶପଥ
ଭାରତ ଆମ ଭାରତ ।।


ମମତାରାଣୀ ଶତପଥୀ
ଶିକ୍ଷୟିତ୍ରୀ, ଗଞ୍ଜାମ
Ph-7978818896

Post a Comment

0 Comments