ଭାରତ ମାତା - କଳ୍ପନା ରାୟ



ଵୀରା ଏ ଧରଣୀ ବୀରର ଜନନୀ
ଏଇ ଆମ ଭାରତବର୍ଷ
କେତେ ପୂଣ୍ୟ ବଳେ ଏ ଦେଶେ ଜନମି
ରହିଅଛୁ ହୋଇ ହର୍ଷ
କରି ବିଚାର ବିମର୍ଷ
ପାଞ୍ଚ ଭାଗ କରିଥିଲେ ତ ପାଞ୍ଚାଳୀ
ଏ ଥିଲା ମାତୃ ଆଦେଶ ।

ସଭ୍ୟତା ସଂସ୍କୃତି ଗଗନ ଛୁଉଁଛି
ଗୀତା ଗାଉଛି ଅମୃତ
ମହାଭାରତ ତା'‌ର ଗୁଣ ଗାଉଛି
ରାମାୟଣ ପୁଣି ଶ୍ରେଷ୍ଠ
ଦର୍ଶନ ଦିଏ ଶିକ୍ଷା ତ
ଜାତି ଧର୍ମ ବର୍ଣ୍ଣ ପାସୋରି ଦେଇଛି
କହୁ ଆମେ ଭାରତୀୟ ।

ଅଗଣନ ବୀର ପ୍ରାଣବଳି ଦେଇ
ଦେଲେ ସ୍ବାଧିନ ଭାରତ
ଗୁଣ ଗାନ କରେ ଗଙ୍ଗା ଗୋଦାବରୀ
ଯମୁନାର ଵଂଶୀ ଯାତ
ରାଧା ପ୍ରେମ ବାଜିମାତ
ଶକ୍ତିଶାଳୀ ଏଠି ମାତ
ବିଭିନ୍ନ ରୂପରେ ପୂଜା ପାଏ ନାରୀ
ଦୂର୍ଗା, କାଳୀ, ଲକ୍ଷ୍ମୀମାତ ।

କେତେ ବୀର ପୁତ୍ର କନ୍ୟା ଛନ୍ତି ମରି
ପବନ ଗାଉଛି ଗୀତ
ଭାରତ ସନ୍ତକ ଶାନ୍ତି ପ୍ରୀତି ମୈତ୍ରୀ
ଅହିଂସା କଲା ସ୍ବାଧୀନ
ନାହିଁ ଏଠି ଜାତି ଧର୍ମ
ତ୍ରିରଙ୍ଗା ପତାକା ତଳେ ରହି ଖୁସି
ଆମ ଭାରତ ସନ୍ତାନ ।।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
ଫୋନ୍ ନମ୍ବର-୯୫୮୩୩୫୦୩୪୨

Post a Comment

0 Comments